IBN ଓଡ଼ିଶା ବ୍ୟୁରୋ

ପୁଜାରେ ଲାଗିଥିବା ନଡିଆ ଖରାପ ବାହାରିଲେ କଣ ସଂକେତ ଦେଇଥାଏ ?

ସମସ୍ତଙ୍କ ସହ କେବେ ନ କେବେ ଏମିତି ନିଶ୍ଚିନ୍ତ ହୋଇଥିବ, ଯେ ପୂଜା କରାଯାଇଥିବା ନଡିଆ ଖରାପ ପଡିଥାଏ । ଏହା ଦ୍ଵାରା ମନରେ ଦର ଆସି ଥାଏ ଯେ ବୋଧେ ଭଗବାନ ଆମ ପୂଜାରେ ସନ୍ତୁଷ୍ଟ ନୁହନ୍ତି, ଓ ଆମର ଖରାପ ସମୟ ଆରମ୍ଭ ହବାକୁ ଯାଉଛି । କିନ୍ତୁ ଏହା ଠିକ ନୁହେଁ ଏହାର କିଛି ଅଲଗା କାରଣ ରହିଛି । ଆଶନ୍ତୁ ଜାଣିବା ଏହା ପଛରେ କଣ କରାନ ଅଛି । ଶାସ୍ତ୍ରରେ ନଡିଆକୁ ଧନର ଦେବୀ ମା ଲକ୍ଷ୍ମୀଙ୍କର ପ୍ରତୀକ କୁହାଯାଏ । ମା ଲକ୍ଷ୍ମୀଙ୍କ ପୂଜାରେ ନଡିଆ ରହିବା ନିହାତି ଆବଶ୍ୟକ ।

ଶାସ୍ତ୍ରରେ କୁହାଯାଇଛି କୌଣସି ବି ପୂଜାରେ ନଡିଆ ବା ଶ୍ରୀଫଳ ନିଶ୍ଚୟ ଦରକାର । ନଡିଆ ବିନା କୌଣସି ପୂଜା ସମୁର୍ଣ୍ଣ ହୁଏ ନାହିଁ, କୌଣସି ବି ପୂଜାରେ ନଡିଆ ଭାଙ୍ଗିବା ଉଚିତ ବୋଲି କୁହାଯାଏ, କାରଣ ସମସ୍ତ କାର୍ଯ୍ୟ ବିନା ବିଘ୍ନରେ ସମାପ୍ତ ହୋଇଥାଏ ।ପୂଜାରେ ଲାଗିଥିବା ନଡିଆ ଖରାପ ବାହାରିଲେ ଅଶୁଭ ନୁହେଁ ବରଂ ଶୁଭ ଅଟେ, କାରଣ ଭଗବାନ ସେହି ନଡିଆକୁ ଗ୍ରହଣ କରିସାରିଛନ୍ତି, ଯାହା ଫଳରେ ତାହା ଭିତରୁ ଶୁଖିଯାଇଥାଏ । କିମ୍ବା ଖରାପ ଦେଖାଯାଇଥାଏ । ଏହା ବ୍ଯତୀତ ଆପଣଙ୍କ ମନୋସ୍କାମନା ପୂର୍ଣ୍ଣ ହେବାକୁ ଯାଉଛି ବୋଲି ସୂଚନା ମିଳିଥାଏ । ଏହି ସମୟରେ ଆପଣ ଯାହାବି ମଗନ୍ତି ତାହା ପୂର୍ଣ୍ଣ ହୋଇଥାଏ ।

 

ଏଥି ପାଇଁ ଯଦି ନଡିଆଟି ଖରାପ ବା ଶୁଖିଯାଇଥାଏ ତେବେ ଜାଣିବେ ଯେ ତାହା ଭଗବାନଙ୍କ ଦ୍ଵାରା ଗ୍ରହଣ ହୋଇଯାଇଛି । ଯଦି ନଡିଆଟି ଭଲ ଅଛି ତେବେ ତାକୁ ପୂଜା ପରେ ବାନ୍ତି ଦିଅନ୍ତୁ, ଏହା ଶୁଭ ଅଟେ । ଏହା ବ୍ଯତୀତ ଯଦି ମିଠା ଆଦି ଭୋଗ ଲଗାଇ ଥାଆନ୍ତି ତେବେ ତାକୁ ମଧ୍ୟ ବାଣ୍ଟିବା ଶୁଭ ବୋଲି କୁହାଯାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button