IBN ଓଡ଼ିଶା ବ୍ୟୁରୋ

ଅନନ୍ୟ ପ୍ରତିଭାର ଅଧିକାରୀ ବାମହାତୀ

ନ୍ତର୍ଜାତୀୟ ବାମହାତୀ ଦିବସ ପ୍ରତିବର୍ଷ ଅଗଷ୍ଟ ୧୩ରେ ସାରା ବିଶ୍ୱରେ ପାଳନ କରାଯାଏ। ବାମହାତର ଅର୍ଥ ହେଉଛି, ଯେଉଁମାନେ ନିଜ କାମକୁ ବାମହାତରେ ଅର୍ଥାତ୍‌ ବିପରୀତ ହାତରେ କରନ୍ତି। କୁହାଯାଏ, ଯେଉଁମାନେ ବାମହାତରେ କାମ କରନ୍ତି କିମ୍ବା ଲେଖନ୍ତି, ସେମାନଙ୍କଠାରେ ଅନନ୍ୟ ପ୍ରତିଭା ରହିଥାଏ। ସେମାନଙ୍କର ଏମିତି କିଛି ଗୁଣ ରହିଥାଏ, ଯାହା ସେମାନଙ୍କୁ ଅନ୍ୟମାନଙ୍କଠାରୁ ସ୍ବତନ୍ତ୍ର କରିଥାଏ।

ରିପୋର୍ଟ ଅନୁଯାୟୀ, ବିଶ୍ୱର ୭ରୁ ୧୦ ପ୍ରତିଶତ ଲୋକ ବାମହାତରେ ସବୁ କାମ କରିଥାନ୍ତି।
ସାମ୍ନାରେ ନିଜର ପରିଚୟ ସୃଷ୍ଟି କରୁଥିବା ଅନେକ ବାମହାତୀଙ୍କ ଜ୍ୱଳନ୍ତ ଉଦାହରଣ ରହିଛି। ଆମ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ସହ ପୂର୍ବତନ ଭାରତୀୟ କ୍ରିକେଟର ସଚିନ ତେନ୍ଦୁଲକର ମଧ୍ୟ ସାରା ବିଶ୍ୱରେ ସ୍ବୀକୃତି ଲାଭ କରିଛନ୍ତି ଏବଂ ଭାରତରତ୍ନ ପୁରସ୍କାର ପାଇଛନ୍ତି। ଯଦିଓ ସଚିନ ତେନ୍ଦୁଲକର ତାଙ୍କ ଡାହାଣ ହାତରେ ବ୍ୟାଟିଂ କରନ୍ତି ତଥାପି ସେ ଲେଖାଲେଖି ପାଇଁ ବାମହାତକୁ ବ୍ୟବହାର କରିଥାନ୍ତି। ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ବାମହାତରେ ଲେଖିଥାନ୍ତି।
ଯେଉଁମାନେ ସାରା ବିଶ୍ୱରେ ବାମହାତୀ ଭାବେ ଖ୍ୟାତି ଅର୍ଜନ କରିଛନ୍ତି ସେମାନଙ୍କ ମଧ୍ୟରେ ରତନ ଟାଟା, ମାର୍କ ଜୁକରବର୍ଗ, ମଦର ଟେରେସା, ଆଲବର୍ଟ ଆଇନ୍‌ଷ୍ଟାଇନ୍‌, ମ୍ୟାରି କ୍ୟୁରି, ବିଲ୍‌ ଗେଟ୍ସ ପ୍ରମୁଖ ରହିଛନ୍ତି। ଏହା ବ୍ୟତୀତ ଚାର୍ଲି ଚାପ୍‌ଲିନ, ଯୁବରାଜ ସିଂ, ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ୍‌ ଓବାମା, ବିଲ୍‌ କ୍ଲିଣ୍ଟନ, ରୋନାଲ୍ଡ ରେଗାନ, ଟେନିସ ତାରକା ରାଫେଲ ନାଡାଲ ମଧ୍ୟ ବାମହାତୀ ତାଲିକାରେ ଅଛନ୍ତି।
ଲେଫ୍ଟ ହ୍ୟାଣ୍ଡ୍‌ର ପ୍ରତିଷ୍ଠାତା ଡିନ୍‌ ଆର କ୍ୟାମ୍ପବେଲ ୧୯୭୬ରେ ବାମହାତୀ ଲୋକମାନଙ୍କର ସୁବିଧା ଏବଂ ଅସୁବିଧା ବିଷୟରେ ବର୍ଣ୍ଣନା କରିଥିଲେ। ଏହାପରେ ୧୩ ଅଗଷ୍ଟ ୧୯୯୨ରେ ‘ଲେଫ୍ଟ ହ୍ୟାଣ୍ଡର୍ସ ଡେ’ କ୍ଲବ ଦ୍ୱାରା ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଥିଲା। ବିଶେଷକରି କ୍ରୀଡ଼ାରେ ବାମହାତୀଙ୍କର ବେଶ୍‌ ଗୁରୁତ୍ୱ ରହିଛି।

Related Articles

Leave a Reply

Your email address will not be published. Required fields are marked *

Back to top button