IBN ଓଡ଼ିଶା ବ୍ୟୁରୋ

ମହାରାଷ୍ଟ୍ର ରାସାୟନିକ କାରଖାନାରେ ନିଆଁ, ୨ ମୃତ, ୪ ଗୁରୁତର

ମୁମ୍ବାଇ: ମହାରାଷ୍ଟ୍ରର ରାୟଗଡ଼ ଜିଲ୍ଲାର ଏମଆଇଡିସି (ମହାରାଷ୍ଟ୍ର ଶିଳ୍ପ ଉନ୍ନୟନ ନିଗମ) ଶିଳ୍ପାଞ୍ଚଳରେ ଥିବା ଏକ ରାସାୟନିକ କମ୍ପାନୀରେ ବିସ୍ଫୋରଣ ଯୋଗୁଁ ଏକ ବଡ଼ ଦୁର୍ଘଟଣା ଘଟିଛି । ବିସ୍ଫୋରଣ ଯୋଗୁଁ କମ୍ପାନୀରେ ନିଆଁ ଲାଗିଯିବାରୁ ୨ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ୪ ଜଣ ପୋଡ଼ି ଯାଇଛନ୍ତି। ଅଗ୍ନିକାଣ୍ଡ ଖବର ପାଇ ଅଗ୍ନିଶମ ବାହିନୀ ଓ ପୁଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ।

ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ମୁମ୍ବାଇଠାରୁ ପ୍ରାୟ ୧୧୦ କିଲୋମିଟର ଦୂର ରୋହା ସହରର ଧତାବ ଏମଆଇଡିସିସ୍ଥିତ ସାଧନା ନାଇଟ୍ରୋ ଚେମ୍ ଲିମିଟେଡରେ ପୂର୍ବାହ୍ନ ୧୧ଟା ୧୫ମିନିଟରେ ଏହି ଘଟଣା ଘଟିଛି। ରାଇଗଡ଼ ଆରକ୍ଷୀ ଅଧୀକ୍ଷକ ସୋମନାଥ ଘରଗେ କହିଛନ୍ତି ଯେ ରାସାୟନିକ କାରଖାନାର ଷ୍ଟୋରେଜ୍ ଟାଙ୍କିରେ ବିସ୍ଫୋରଣ ଘଟିଛି। ଏହି ଦୁର୍ଘଟଣାରେ ଷ୍ଟୋରେଜ୍ ଟାଙ୍କିରେ କାମ କରୁଥିବା ୨ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ନିକଟରେ କାମ କରୁଥିବା ଅନ୍ୟ ୪ ଜଣ ପୋଡ଼ି ଯାଇଥିବା ସେ କହିଛନ୍ତି।

ଅଗ୍ନିକାଣ୍ଡଖବରପାଇଅଗ୍ନିଶମବାହିନୀଓସ୍ଥାନୀୟପୁଲିସଘଟଣାସ୍ଥଳରେପହଞ୍ଚିଉଦ୍ଧାରକାର୍ଯ୍ୟଆରମ୍ଭକରିଛନ୍ତି।ଆହତଶ୍ରମିକମାନଙ୍କୁରୋହାରଏକସରକାରୀଡାକ୍ତରଖାନାରେଭର୍ତ୍ତିକରାଯାଇଛି।

ବିସ୍ଫୋରଣଖବରପାଇଅଗ୍ନିଶମବାହିନୀଓସ୍ଥାନୀୟପୁଲିସଘଟଣାସ୍ଥଳରେପହଞ୍ଚିଉଦ୍ଧାରକାର୍ଯ୍ୟଆରମ୍ଭକରିଛନ୍ତି।ଆହତଶ୍ରମିକମାନଙ୍କୁରୋହାରଏକସରକାରୀଡାକ୍ତରଖାନାରେଭର୍ତ୍ତିକରାଯାଇଥିଲା।ଏବେତାଙ୍କରଚିକିତ୍ସାଚାଲିଛିବୋଲିଘରଗେକହିଛନ୍ତି।ଦୁଇମୃତକଙ୍କମୃତଦେହକୁବ୍ୟବଚ୍ଛେଦପାଇଁପଠାଯାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button