IBN ଓଡ଼ିଶା ବ୍ୟୁରୋ
ଭୋକ ଲାଗୁଛିକି ? ପାଖରେ ପଇସା ନାହିଁ ? ଚିନ୍ତା କରିବାର ଆବଶ୍ୟକ ନାହିଁ ପୁରୁଣା ପ୍ଲାଷ୍ଟିକ ପଦାର୍ଥ ଦେଇ ପେଟପୂରା ଖାଇପାରିବେ-
ଭଲ ଭଲ ସ୍ଥାନ ବୁଲିବା ସହ ଭଲ ଭଲ ଖାଦ୍ୟ ଖାଇବାକୁ କିଏବା ପସନ୍ଦ ନକରେ । ଆମେ ସମସ୍ତେ ଭଲ ରେଷ୍ଟୁରାଣ୍ଟରେ ବସି ଖାଇବାକୁ ପସନ୍ଦ କରୁ । କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ରେଷ୍ଟୁରାଣ୍ଟ ବିଷୟରେ କହିବାକୁ ଯାଉଛୁ ଯେଉଁଠି ଖାଇବା ବଦଳରେ ପଇସା ନୁହଁ ଆଉକିଛି ନିଆଯାଏ । ଆମ ଦେଶର ଛତିଶଗଡ ରାଜ୍ୟର ଅମ୍ବିକାପୁର ଗୋଟେ ଜଣାଶୁଣା ସହର । ସମ୍ପୂର୍ଣ ଭାରତବର୍ଷରେ ସଫାସୁତୁରାରେ ଏହା ୨ୟ ସ୍ଥାନରେ ଅଛି ।
ଏବେ ଏଠାରେ ଏମିତି ଏକ କାର୍ଯ୍ୟ କରାଯାଉଛି ଯେଉଁଠି ଭୋକିଳାକୁ ଖାଦ୍ୟ ଦେବାସହ ପ୍ରକୃତିକୁ ମଧ୍ୟ ବଞ୍ଚାଯାଇ ପାରୁଛି ।
ନୂଆ ଦିଲ୍ଲୀ ରୁ ଅମ୍ବିକାପୁରର ରାସ୍ତା ଆକାଶମର୍ଗରେ ୮୫୬ କିମି ଅଟେ । ଅମ୍ବିକାପୁର ଯିବାପାଇଁ ଆପଣଙ୍କୁ ନୂଆ ଦିଲ୍ଲୀରୁ ବାରଣାସୀ ପାଇଁ ଇଣ୍ଡିଗୋ ଏୟାରଲାଇନ୍ସ ନେଇ ପାରିବେ । ଏହାପରେ ବାରଣାସୀରୁ ଇଣ୍ଡିଗୋ ଏୟାରଲାଇନ୍ସ ନେଇ ସିଧା ଅମ୍ବିକାପୁର ଯାଇ ପାରିବେ ।