ହିନ୍ଦୁ ଜାଗରଣ ମଞ୍ଚ ପକ୍ଷରୁ ୧୨ ଘଣ୍ଟା ପାଇଁ ମାଲକାନଗିରି ବନ୍ଦ, ଚକ ଅଖ ଜାମ୍

ମାଲକାନଗିରି,୧୬/୦୮: ୧୨ ଘଣ୍ଟା ପାଇଁ ମାଲକାନଗିରି ଜିଲ୍ଲା ବନ୍ଦ ଡାକରା । ହିନ୍ଦୁ ଜାଗରଣ ମଞ୍ଚ ତରଫରୁ ୧୬ତାରିଖରେ ଏହି ବନ୍ଦ ଡାକରା ଦିଆଯାଇଛି । ଫଳରେ ଆଜି ସକାଳ ଛଅଟାରୁ ସନ୍ଧ୍ୟା ଛଅଟା ପର୍ଯ୍ୟନ୍ତ ଜିଲ୍ଲାରେ ଯାନବାହନ ଚଳାଚଳ ବନ୍ଦ ରହିବ । ଏଥି ସହିତ ସ୍କୁଲ କଲେଜ ଏବଂ ଦୋକାନ ବଜାର ମଧ୍ୟ ବନ୍ଦ ରହିବ ।
ସୂଚନା ଅନୁଯାୟୀ, ବଙ୍ଗଳାଦେଶରେ ହିନ୍ଦୁ ମାନଙ୍କ ଉପରେ ହେଉଛି ଅତ୍ୟାଚାର ।
ଏହି ଅତ୍ୟାଚାର ବନ୍ଦ କରିବା ପାଇଁ ମାଲକାନଗିରି ବନ୍ଦ ଡାକରା ଦିଆଯାଇଛି । ଏଥି ସହିତ ମାଲକାନଗିରି ଜିଲ୍ଲାରେ ଥିବା ବାଂଲାଦେଶୀ ତଥା ରୋହିଙ୍ଗା ମୁସଲମାନ ମାନଙ୍କୁ ତୁରନ୍ତ ବିତାଡିତ କରିବାର ଦାବି ମଧ୍ୟ ଏହି ବନ୍ଦ ଡାକରାର ଅନ୍ୟ ଏକ କାରଣ । ଏହି ୧୨ ଘଣ୍ଟିଆ ବନ୍ଦ ଡାକରା ୧୬ତାରିଖ ଅର୍ଥାତ ଆଜି ସକାଳ ୬ଟାରୁ ଆରମ୍ଭ କରି ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଜାରି ରହିବ । ଏଥିରେ ଯାନବାହନ ଚଳାଚଳ ସହ ଦୋକାନ ବଜାର, ସ୍କୁଲ, କଲେଜ ଏବଂ ବ୍ୟବସାୟୀକ ଅନୁଷ୍ଠାନ ମଧ୍ୟ ବନ୍ଦ ରହିବ । ଏଥିରେ କେବଳ ଜରୁରୀ କାଳୀନ ସେବାକୁ ଅନୁମତି ଦିଆଯାଇଛି । ଏହି ଆନ୍ଦୋଳନ କୁ ସମର୍ଥନ ଦେଇଛନ୍ତି ବିଶ୍ବ ହିନ୍ଦୁ ପରିଷଦ ଓ ମାଲକାନଗିରି ଜିଲ୍ଲା ବଙ୍ଗାଳୀ ସମାଜ ।