ରାଜ୍ୟ

ଓଡ଼ିଆରେ ସାଇନ୍‌ବୋର୍ଡ ନ ଲେଖିଲେ ନିସ୍ତାର ନାହିଁ – Ibnodisha

[ad_1]

ପୁରୀ: ବାଣିଜ୍ୟିକ ପ୍ରତିଷ୍ଠାନ ସାଇନ୍‌ବୋର୍ଡ ଏଣିକି ଓଡ଼ିଆରେ ନ ଲେଖିଲେ ନିସ୍ତାର ନାହିଁ। ଅନୁଷ୍ଠାନର ନାମ ସମ୍ମୁଖ ଭାଗରେ ଓଡ଼ିଆରେ ନ ଲେଖିଲେ ତଣ୍ଡ ଗଣିବା ସହ ଓଡ଼ିଶା ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ସ୍ଥାପନ ଅଧିନିୟମ ଅନୁଯାୟୀ ଦଣ୍ଡିତ ହେବେ। ଏନେଇ ଶ୍ରମ କାର୍ଯ୍ୟାଳୟ ପକ୍ଷରୁ ଚଢ଼ଉ ଆରମ୍ଭ ହୋଇଛି। ଆଜି ଶ୍ରମ ଅଧିକାରୀମାନେ ପୁରୀ ସମୁଦ୍ରକୂଳ ଅଞ୍ଚଳ ଓ ଆଖପାଖ ବିଭିନ୍ନ ବାଣିଜ୍ୟିକ ପ୍ରତିଷ୍ଠାନ ଯାଞ୍ଚ କରି ୩ଟି ପ୍ରତିଷ୍ଠାନକୁ କାରଣଦର୍ଶାଅ ନୋଟିସ ଜାରି କରିଛନ୍ତି। ଡିଭିଜନାଲ୍‌ ଲେବର କମିସନର ଶିବଶଙ୍କର ମିଶ୍ର କହିଛନ୍ତି, ଏହି ଅଭିଯାନ ଆଗକୁ ଜୋରଦାର କରାଯିବ।

୨୦୧୪ ମାର୍ଚ୍ଚ ୧୧ରେ ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ମିଳିଲା। ଓଡ଼ିଆ ଭାଷାଭାଷୀ ଏହାକୁ ନେଇ ଉତ୍ସବ ପାଳନ କଲେ। ସେବେଠୁ ମାର୍ଚ୍ଚ ୧୧ ତାରିଖକୁ ଶାସ୍ତ୍ରୀୟ ଭାଷା ଦିବସ ଭାବେ ମଧ୍ୟ ପାଳନ କରାଯାଉଛି। କିନ୍ତୁ ବାସ୍ତବ ଚିତ୍ର ହେଲା, ନାମଫଳକରେ ବି ଓଡ଼ିଆ ଲେଖିବାକୁ ହାତ ଯାଉନି। ଓଡ଼ିଶା ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ସ୍ଥାପନ ଅଧିନିୟମ-୧୯୫୬ ମୁତାବକ ରାଜ୍ୟର ସମସ୍ତ ଦୋକାନ, ବାଣିଜ୍ୟିକ ପ୍ରତିଷ୍ଠାନରେ ଓଡ଼ିଆ ନାମଫଳକ ଲଗାଯିବା ବିଧି ରହିଛି। ୨୦୧୮ ଏପ୍ରିଲ୍ ୧ ଉତ୍କଳ ଦିବସରୁ ଏହାକୁ କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ଉ କରାଗଲା। କିନ୍ତୁ କିଛି ଦିନ ପରେ ସବୁ ଶିଥିଳ ପଡ଼ିଗଲା। ଫଳରେ ଯେମିତି ଆଗରୁ ନାମଫଳକରେ କେବଳ ଇଂରାଜୀ ବ୍ୟବହାର ହେଉଥିଲା, ଏବେ ବି ସେମିତି ଚାଲୁଛି।

ଖାଲି ବ୍ୟାବସାୟିକ ପ୍ରତିଷ୍ଠାନ ନୁହେଁ, ବିଭିନ୍ନ ଆବାସିକ କଲୋନି, ବେସରକାରୀ ଶିକ୍ଷାନୁଷ୍ଠାନ, ଆପାର୍ଟମେଣ୍ଟ ଓ ସହରରେ ଗଢ଼ି ଉଠୁଥିବା ବଡ଼ବଡ଼ ସପିଂ ମଲ୍‌ରେ ବି ଓଡ଼ିଆ ନାମଫଳକ ରହୁନାହିଁ। ଯେଉଁ ବ୍ୟବସାୟୀ, କର୍ତ୍ତୃପକ୍ଷ ଓଡ଼ିଆରେ ଅନୁଷ୍ଠାନର ନାମ ଫଳକ ଲଗାଉନାହାନ୍ତି ସେମାନଙ୍କ ବିରୋଧରେ ଯେକୌଣସି ବ୍ୟକ୍ତି ଅଭିଯୋଗ କରିପାରିବେ। ସେଥିପାଇଁ ରାଜ୍ୟ ସରକାର ୨୦୧୯ରେ ଶ୍ରମ ବିଭାଗ ଅଧୀନରେ ଏକ ସ୍ବତନ୍ତ୍ର ପୋର୍ଟାଲ ଶୁଭାରମ୍ଭ କରିଥିଲେ। କିନ୍ତୁ ଏନେଇ ଅଭିଯୋଗ ବି ପହଞ୍ଚୁ ନଥିବା ଶ୍ରୀ ମିଶ୍ର କହିଛନ୍ତି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button