ମନୋରଞ୍ଜନ

‘ପଠାନ୍‌’ର ରେକର୍ଡ ଭାଙ୍ଗିପାରେ ’ଗଦର-୨’: ହୋଇ ସାରିଲାରି ୪ କୋଟି ଟଙ୍କାର ଅଗ୍ରିମ ଟିକେଟ୍‌ ବିକ୍ରି – Ibnodisha

[ad_1]

ନୂଆଦିଲ୍ଳୀ: ବହୁ ପ୍ରତୀକ୍ଷିତ ଫିଲ୍ମ ‘ଗଦର-୨’ର ରିଲିଜ୍ ତାରିଖ ପାଖେଇ ଆସୁଛି। ଏଥିପାଇଁ ଅଗ୍ରିମ ବୁକିଂ ବି ଆରମ୍ଭ ହୋଇସାରିଛି। ଯଦିଓ ଫିଲ୍ମ ରିଲିଜ୍ ପାଇଁ ଆହୁରି ଚାରି ଦିନ ବାକି ଅଛି, ଏବେଠାରୁ ବୁକିଂ ଅ‌ାରମ୍ଭ ହୋଇଗଲାଣି। ତଥ୍ୟ ଅନୁଯାୟୀ, ଗଦର-୨ ସୋମବାର ସକାଳ ସୁଦ୍ଧା ୩.୯୬ କୋଟି ଟଙ୍କାର ଅଗ୍ରିମ ଟିକେଟ୍‌ ବିକ୍ରି କରି ସାରିଲାଣି। ମଙ୍ଗଳବାର ସୁଦ୍ଧା ୬ କୋଟି ଟଙ୍କା ଅତିକ୍ରମ କରିବ ବୋଲି ଅନୁମାନ କରାଯାଉଛି। ଫିଲ୍ମଟି ‘ପଠାନ୍‌’ର ଅଗ୍ରିମ ବୁକିଂ ରେକର୍ଡକୁ ପାର୍‌ କରିବ ବୋଲି ଅନୁମାନ କରାଯାଉଛି। ଶାହାରୁଖ୍‌ ଖାନ୍‌ଙ୍କ ଅଭିନୀତ ଫିଲ୍ମ ‘ପଠାନ୍‌’ ୩୨ କ‌ୋଟି ଟଙ୍କାର ଅଗ୍ରିମ ବୁକିଂ କରିଥିଲା।

ଗଦର-୨ ପାଇଁ ସପ୍ତାହେ ହେଲା ଅଗ୍ରିମ ଟିକଟ ବୁକିଂ ଚାଲିଥିବା ବେଳେ ରବିବାର ଦିନ ୧୧ଟା ସୁଦ୍ଧା କେବଳ ଓପନିଂ ଦିବସ ପାଇଁ ପ୍ରାୟ ୪୫,୦୦୦ ଟିକଟ ବିକ୍ରି ହୋଇଥିଲା।  ପଠାନ ପରେ ଏହା ଦ୍ବିତୀୟ ବୃହତ୍ତମ ସଫଳତା ଆଡ଼କୁ ଗତି କରୁଥିବା ସ୍ପଷ୍ଟ ହୋଇଛି। ସୀମିତ ବଜେଟ୍‌ରେ ନିର୍ମିତ ଫିଲ୍ମଟି ମହାମାରୀ ପରେ ଏକ ବିରଳ ଫିଲ୍ମ ହେବାକୁ ଯାଉଛି, ଯାହା କେବଳ ଫିଲ୍ମ ହଲ୍‌ମାନଙ୍କରେ ପ୍ରଦର୍ଶନରୁ ଖଟାଇଥିବା ସମସ୍ତ ପୁଞ୍ଜି ଫେରି ପାଇଯିବ। ଦେଶ ବାହାରେ ବି ଏହି ଚଳଚ୍ଚିତ୍ର ଭଲ ବ୍ୟବସାୟ କରିବା ଆଶା କରାଯାଉଛି। ଅଗ୍ରିମ ଟିକଟ ବୁକିଂ ଯେଉଁ ହାରରେ ଚାଲିଛି, ସେଥିରୁ ଫିଲ୍ମଟି ମୁକ୍ତିଲାଭ ଦିନରେ ହିଁ ୨୦ କୋଟିରୁ ଅଧିକ ଆୟ କରିବ ବୋଲି ଅନୁମାନ କରାଯାଉଛି।

 

 



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button