ମହିଳା ମାନେ ଏପରି ସୁନାର ଗହଣା ଭୁଲରେ ବି ପିନ୍ଧିବା ଉଚିତ ନୁହେଁ, ନଚେତ ସ୍ଵାମୀ ଜୀବନ ପ୍ରତି ଆସିଥାଏ ବିପଦ !
ମହିଳା ମାନେ ବିଭିନ୍ନ ପ୍ରକାର ଗହଣାରେ ନିଜ ଶରୀରକୁ ସଜେଇକି ରଖିବାକୁ ପସନ୍ଦ କରିଥାନ୍ତି । ତାହା ପାଦର ପାଉଁଜି, ଗୋଡମୁଦି ଠାରୁ ଆରମ୍ଭ ଚୁଡି, କାନର, ମଙ୍ଗଳସୂତ୍ର ଆଦି ଗହଣା ମହିଳା ମାନେ ପିନ୍ଧିଥାନ୍ତି । ହେଲେ ମହିଳା ପିନ୍ଧୁଥିବା ଏହି ସବୁ ଗହଣା ଗୁଡିକ ମଧ୍ୟରୁ ଯଦି କୌଣସି ଗହଣା ହଜିଯାଇଥାଏ । ତେବେ ଏହାକୁ ଅଶୁଭ ବୋଲି ମନାଯାଇଥାଏ । ଏଥିସହ କେଉଁ ଗହଣା ହଜିବା ଦ୍ଵାରା ଘରକୁ କେଉଁ ସମସ୍ଯା ଆସିଥାଏ, ଚାଲନ୍ତୁ ସେହି ସମ୍ପର୍କରେ ଆଲୋଚନା କରିବା ।
1- କୌଣସି ମହିଳାଙ୍କର ଯଦି ପିନ୍ଧୁଥିବା କାନର ହଜିଯାଇଥାଏ । ତେବେ ତାହାର କିଛି ଦିନ ପରେ କୌଣସି ଖରାପ ଖବର ଶୁଣିବାକୁ ମିଳିପାରେ । ତେଣୁ ନିଜର ପିନ୍ଧୁଥିବା କାନରକୁ ଯତ୍ନର ସହ ରଖିବା ଉଚିତ ।
2- ଯଦି କୌଣସି ମହିଳାଙ୍କର ହାର କି ଚେନ ହଜିଯାଇଥାଏ । ତେବେ ସେହି ମହିଳାର ଦାମ୍ପତ୍ୟ ଜୀବନରେ ଅଶାନ୍ତି ଦେଖାଦେଇଥାଏ ।
3- ଯଦି କୌଣସି ମହିଳାଙ୍କର ନାକରେ ପିନ୍ଧୁଥିବା ନାକଫୁଲ ହଜିଯାଏ । ତେବେ ଏହାର ଅର୍ଥ ହେଉଛି ଆଗାମୀ ସମୟରେ ସେହି ମହିଳାକୁ କିଛି ବଦନାମ ବା ଅପମାନୀର ସାମ୍ନା କରିବାକୁ ପଡିଥାଏ ।
4- ଯଦି ମହିଳାର ମଥାମଣୀ ହଜିଯାଇଥାଏ । ତେବେ ଘରକୁ ଆର୍ଥିକ ସଙ୍କଟ ଆସିଯାଇଥାଏ ।
5- ମହିଳାଙ୍କର ହାତର ଚୁଡି ଯଦି କୌଣସି କାରଣରୁ ହଜିଯାଏ । ତେବେ ସମାଜରେ ତାଙ୍କ ମାନ ସମ୍ମାନ ହାନୀ ହେବାର ସମ୍ଭାବନା ରହିଥାଏ ।
6- ହାତର ମୁଦି ହଜିଯିବା ଦ୍ଵାରା ସ୍ଵାସ୍ଥଗତ ସମସ୍ଯା ଦେଖାଯାଇଥାଏ ।
7- ଡାହାଣ ଗୋଡର ପାଉଁଜି ହଜିବା ଦ୍ଵାରା ସମାଜରେ ବଦନାମୀ ମିଳିଥାଏ । ବାମ ଗୋଡର ପାଉଁଜି ହଜିବା ଦ୍ଵାରା ଘରର କୌଣସି ସଦସ୍ୟଙ୍କ ଉପରକୁ କିଛି ସଙ୍କଟ ମାଡିଆସିପାରେ ।
8- ଗୋଡର ମୁଦି ହଜିବା ଦ୍ଵାରା ମହିଳାର ସ୍ଵାମୀ ଉପରେ ଏହାର କୁପ୍ରଭାବ ପକାଇଥାଏ ।
10- ସୁନାର କୌଣସି ମଧ୍ୟ ଗହଣା ହଜିଗଲେ । ଗୁରୁ ଗ୍ରହଙ୍କର ଅଶୁଭ ପ୍ରଭାବର ସାମ୍ନା କରିବାକୁ ପଡିଥାଏ । ଯାହା ଦ୍ଵାରା ଦାମ୍ପତ୍ୟ ଜୀବନରେ କଳିଝଗଡା ଲାଗିବା ସହ ପରିବାରରେ ଅଶାନ୍ତି ଆସିଥାଏ । ଯଦି କୌଣସି ବ୍ୟକ୍ତିକୁ ସୁନାର ଗହଣା ମିଳିଥାଏ । ତେବେ ସେହି ଘରର କୌଣସି ସଦସ୍ୟଙ୍କ ସ୍ଵାସ୍ଥ ଖରାପ ରହିପାରେ ।