IBN ଓଡ଼ିଶା ବ୍ୟୁରୋ

ଘାରିଛି ରିଲ୍ସ୍ ନିଶା : ମହଙ୍ଗା ପଡିଲା ରାସ୍ତା ମଝିରେ ନାଚିବା, ମହିଳାଙ୍କୁ ଖୋଜୁଛି ୟୁପି ପୋଲିସ

ବର୍ତ୍ତମାନ ତ ସୋସିଆଲ ମିଡିଆର ଯୁଗ ଚାଲିଛି । ସମସ୍ତଙ୍କୁ ଘାରିଛି ଫେମସ୍ ହେବାର ନିଶା । ଯାହାକୁ ଦେଖିବ ସୋସିଆଲ ମିଡିଆରେ ନିଜକୁ ବ୍ୟସ୍ତ ରଖୁଛନ୍ତି । କିଏ ହ୍ବାଟ୍ଆପ୍, ଫେସବୁକ୍,ଇନଷ୍ଟା ତ ଆଉ କିଏ ଭିଡିଓ କରୁଛି । ଏହାରି ଭିତରେ ସମସ୍ତେ ଭିନ୍ନ ଭିନ୍ନ ଭିଡିଓ କରୁଥିବାର ନଜର ଆସିଛନ୍ତି କିଏ ନାଚୁଥିବା ବେଳେ କିଏ ବାଇକ୍ ହେଉ କି ସ୍କୁଟିରେ ଷ୍ଟଣ୍ଟ ଦେଖିବାକୁ ମିଳୁଛି ।

ଏବେ କା ଯୁବ ପିଢିଙ୍କୁ କିଛି ଲାଇକ୍ ଓ କମେଣ୍ଟ ପାଇଁ ନିଜ ଜୀବନକୁ ବିପଦରେ ପକାଇବାକୁ ପଛାଉ ନାହାନ୍ତି । ଯାହାଫଳରେ ସେମାନେ ଭାଇରାଲ୍ ହେବା ସହ ଚର୍ଚ୍ଚାକୁ ଆସିପାରିବେ । ଏବେ ସୋସିଆଲ ମିଡିଆରେ ଏପରି ଏକ ଏଭଳି ଏକ ଭିଡିଓ ଭାଇରାଲ ହେଉଛି।

ଏପରି ଏକ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ଜଣେ ମହିଳା ବ୍ୟସ୍ତବହୁଳ ରାସ୍ତା ମଝିରେ ନାଚୁଥିବାର ନଜର ଆସିଛନ୍ତି। ଏହି ୩୫ ସେକେଣ୍ଡ୍ କ୍ଲିପକୁ ୨ ଲକ୍ଷରୁ ଅଧିକ ଥର ଦେଖାଯାଇଛି। ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏ ସମ୍ପର୍କରେ ଗ୍ରହଣ କରାଯାଇଥିବା ପ୍ରତିକ୍ରିୟା ମଧ୍ୟରେ ୟୁପି ପୋଲିସ ବର୍ତ୍ତମାନ ଏହି ମହିଳାଙ୍କୁ ଖୋଜିବା ଆରମ୍ଭ କରିଛି। ଭିଡିଓର ଆରମ୍ଭରେ ମହିଳା ଜଣକ କାର ଉପରେ ବସିଥିବାର ନଜର ଆସିଛନ୍ତି। ବର୍ଷା ହେବା ପରେ ସେ କାରରୁ ଓହ୍ଲାଇ ରାସ୍ତାକୁ ଆସନ୍ତି । ଏହା ପରେ ସେ ରାସ୍ତାରେ ଡେଇଁବା ସହ ନିଜେ ନାଚିବା ଆରମ୍ଭ କଲେ । ଏହି ସମୟ ମଧ୍ୟରେ ଯାନବାହାନ ଗୁଡିକ ତାଙ୍କ ପଛରେ ଅଧିକ ବେଗରେ ଯାଉଥିବାର ନଜର ଆସିଛି। ଭିଡିଓ ଶେଷରେ ସେ ନିଜ କାରକୁ ଫେରି ଆସନ୍ତି .

ମହିଳାଙ୍କ ଭିଡିଓ ଭାଇରାଲ ହେଉଛି

ଏନେଇ ଜଣେ ୟୁଜର୍ସ ଲେଖିଛନ୍ତି-ଟଙ୍କା ରୋଜଗାର କରିବା ପାଇଁ ସେମାନେ କିଛି କରିପାରିବେ। ଅନ୍ୟ ଜଣେ କହିଛନ୍ତି ଏମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ୍। ରାସ୍ତାରେ ନାଚୁଥିବା ମହିଳାଙ୍କ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ପରେ ୟୁପି ଟ୍ରାଫିକ ପୋଲିସ ଏହା ଜାଣିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ କହିଛି।

Related Articles

Leave a Reply

Your email address will not be published. Required fields are marked *

Back to top button