IBN ଓଡ଼ିଶା ବ୍ୟୁରୋ

ଋଷର ଏକ ଜେଲ୍‌ରେ କଏଦୀଙ୍କ ମଧ୍ୟରେ ସଂଘର୍ଷ; ୮ମୃତ, ଅନେକ ଆହତ

ନୂଆଦିଲ୍ଲୀ: ଋଷରେ ଏକ ଜେଲରେ ଗୋଷ୍ଠୀ ସଂଘର୍ଷ । ଏଥିରେ ୮ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ଏହି ସଂଘର୍ଷରେ ୪ଟି ଜେଲର କର୍ମଚାରୀ ସାମିଲ୍ ରହିଛନ୍ତି । ଏହି ହିଂସା ଋଷ ଭୋଲ୍ଗୋଗ୍ରୋଦ କ୍ଷେତ୍ରରେ ଥିବା ଆଇକେ-୧୯ ସୁରୋଓ୍ବିକିନୋ ପୀନଲ କଲୋନୀ ନିକଟରେ ଥିବା ଜେଲ୍ରେ ହୋଇଛି ।

ସୂଚନା ଅନୁଯାୟୀ, ଜେଲରେ କଏଦୀଙ୍କ ମଧ୍ୟରେ ଏହି ହିଂସାତ୍ମକ ବିଦ୍ରୋହ ହୋଇଛି ।

ଗୋଟିଏ ଗୋଷ୍ଠୀ କିଛି କଏଦୀଙ୍କୁ ଛୁରୀରେ ଆକ୍ରମଣ କରିଥିଲେ । କୁହାଯାଉଛି, ଇସଲାମିକ୍ ଷ୍ଟେଟ୍ ସହିତ ଜଡ଼ିତ କଏଦୀମାନେ ଜେଲ୍ ଭିତରରେ ଏଭଳି କାଣ୍ଡ ଭିଆଇଛନ୍ତି । ଏହି ହମଲାରେ ୮ଜଣ କଏଦୀଙ୍କର ମୃତ୍ୟୁ ହୋଉଛି ଏବଂ ଅନେକ ଆହତ ହୋଇଛନ୍ତି । ଆକ୍ରମଣ କରିଥିବା ଗୋଷ୍ଠୀ, କିଛି କଏଦୀଙ୍କୁ ବନ୍ଧକ ରଖି ଜେଲକୁ ଗୋଟିଏ ପର୍ଶ୍ବକୁ ନିୟନ୍ତ୍ରଣକୁ ନେଇଥିବା କୁହାଯାଉଛି । ମୁସଲିମ୍ କଏଦୀଙ୍କୁ ନିର୍ଯାତନା ଦିଆଯାଉଥିବା ଅଭିଯୋଗରେ ଏହି ଆକ୍ରମଣ ହୋଇଛି ବୋଲି କୁହାଯାଉଛି

Related Articles

Leave a Reply

Your email address will not be published. Required fields are marked *

Back to top button