ମଣିପୁର ହିଂସା ମାମଲାରେ ସୁପ୍ରିମକୋର୍ଟଙ୍କ ଶୁଣାଣୀ – Ibnodisha

[ad_1]
ମଣିପୁର : ମଣିପୁର ହିଂସା ମାମଲାରେ ସୋମବାର ଶୁଣାଣୀ କରିଛନ୍ତି ସୁପ୍ରିମକୋର୍ଟ । ଶୁଣାଣୀ ସମୟରେ କେନ୍ଦ୍ର ସରକାର କୋର୍ଟରେ ନିଜର ପକ୍ଷ ରଖିଛନ୍ତି । ଆଟର୍ଣ୍ଣି ଜେନେରାଲ ଭେଙ୍କଟରମଣି କହିଛନ୍ତି ମାମଲାରେ ୬ହଜାର ୫ଶହ ଏଫଆଇର ରୁଜୁ ହୋଇଛି । କେନ୍ଦ୍ର ସରକାର ବେଶ ଗମ୍ଭୀରତାର ସହ ମଣିପୁର ହିଂସା ମାମଲାକୁ ଗ୍ରହଣ କରି ଆବଶ୍ୟକ ମୁତାବକ ପଦକ୍ଷେପ ଗ୍ରହଣ କରୁଛନ୍ତି । ହିଂସା ପ୍ରଭାବିତ ୬ଜିଲ୍ଲା ପାଇଁ ଏସଆଇଟି ଟିମ ଗଠନ କରାଯିବ । ଏହି ଟିମକୁ ରାଜ୍ୟ ପୁଲିସର ବରିଷ୍ଠ ଅଧୀକାରୀ ନୀରିକ୍ଷଣ କରିବେ । ମହିଳା ସମ୍ବନ୍ଧିତ ମାମଲାରେ ତଦନ୍ତ ପାଇଁ ସ୍ୱତନ୍ତ୍ର ଏସଆଇଟି ଟିମ ଗଠନ କରାଯାଇଛି । ଏଥିସହ ଆଟର୍ଣ୍ଣି ଜେନରାଲ କହିଛନ୍ତି କି ରାଜ୍ୟର ସ୍ଥିତି ବେଶ ଗମ୍ଭୀର ରହିଛି । କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଏଣିକି ଅବସାରପ୍ରାପ୍ତ ଆଇପିଏସ ଅଧିକାରୀଙ୍କ କମିଟି ସିବିଆଇ ତଦନ୍ତର ନିରୀକ୍ଷଣ କରିବେ । ସେପଟେ ହାଇକୋର୍ଟର ୩ଜଣ ଅବସରପ୍ରାପ୍ତ ବିଚାରପତିଙ୍କୁ ନେଇ ଏକ କମିଟି ଗଠନ କରାଯିବ । ଏହି କମିଟି ତଦନ୍ତ, ଉଦ୍ଧାରକାର୍ଯ୍ୟ. ଉପଚାର, କ୍ଷତିପୂରଣ, ଥଇଥାନର ତଦାରଖ କରିବେ । ଶୁଣାଣୀ ସମୟରେ ସିଜେଆଇ କହିଛନ୍ତି ଲୋକଙ୍କ ବିଶ୍ୱାସ ବୃଦ୍ଧି ପାଇଁ ଆମ ଚେଷ୍ଟା ଜାରି ରହିବ ।
[ad_2]