ରାଜ୍ୟ

ଗାଁରେ ପଶି ଘର ଭାଙ୍ଗିବା ସହ ଉପଦ୍ରବ କଲା ହାତୀ, ବନ କର୍ମଚାରୀଙ୍କୁ ଅଟକ ରଖିଲେ ଗ୍ରାମବାସୀ

ନୀଳଗିରି, ୨୭/୮ : ବାଲେଶ୍ଵର ଜିଲ୍ଲା ନୀଳଗିରି କୂଳଡ଼ିହାରେ ଥମୁନି ହାତୀ ଉପଦ୍ରବ। ମଙ୍ଗଳବାର ସକାଳେ କୂଳଡ଼ିହା ଅଭୟାରଣ୍ୟରୁ ଏକ ହାତୀ ଆସି ଔପଦା ବ୍ଲକ ଢୋଲପୁର ଗ୍ରାମରେ ପଶି ଆତଙ୍କ ଖେଳାଇଛି। ଗ୍ରାମର ବହୁ ଲୋକଙ୍କ ବାଡ଼ିରେ ପଶି ଚାଷ ନଷ୍ଟ କରିବା ସହ ଘର ଛପରକୁ ଓପାଡି ଫିଙ୍ଗି ଦେଇଛି। ଗ୍ରାମରେ ହାତୀ ଉପଦ୍ରବ କରୁଥିବା ବେଳର ଲାଇଭ୍ ଭିଡିଓ କ୍ୟାମେରାରେ କଏଦ ହୋଇଛି।

ସୂଚନାନୁଯାୟୀ, ମଙ୍ଗଳବାର ସକାଳେ ଔପଦା ବ୍ଲକ ଢୋଲପୁର ଗ୍ରାମରେ ଏକ ହାତୀ ପଶି ଉପଦ୍ରବ କରୁଛି। ହାତୀଟି ଗ୍ରାମର ପୂର୍ଣ୍ଣଚନ୍ଦ୍ର ରାଉତଙ୍କ ଘର ଆଜବେଷ୍ଟ ଛପରକୁ ମୁଣ୍ଡରେ ଟେକି ଫୋପାଡି ଦେଇଛି। ଏହା ସହ ବହୁ ଲୋକଙ୍କ ବାଡ଼ିରେ ପଶି ଚାଷ ନଷ୍ଟ କରିଛି। ଏହି ଘଟଣା ବେଳର ଲାଇଭ୍ ଭିଡିଓ ସାମ୍ନାକୁ ଆସିଛି। ସେପଟେ ଖବର ପାଇ ବନ ବିଭାଗ ହାତୀକୁ ଘଉଡାଇବାକୁ ଉଦ୍ୟମ ଜାରି ରଖିଛି। ତେବେ ଗାଁରେ ବାରମ୍ବାର ହାତୀ ପଶି ଉପଦ୍ରବ କରୁଥିବାରୁ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି। ଗ୍ରାମବାସୀମାନେ ସ୍ଥାୟୀ ପ୍ରତିକାର ଦାବିରେ ବନ କର୍ମଚାରୀଙ୍କୁ ଅଟକ ରଖିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button