IBN ଓଡ଼ିଶା ବ୍ୟୁରୋ

ମଝି ଆକାଶରେ ହେଲିକପ୍ଟର ନିଖୋଜ, ଥିଲେ ୨୨ ଜଣ ଯାତ୍ରୀ

ଟେକ୍ ଅଫ୍ ପରେ ମଝି ଆକାଶରେ ନିଖୋଜ ହୋଇଗଲା ହେଲିକପ୍ଟର। ରୁଷୀୟ ହେଲିକପ୍ଟର Mi-8T ନିଖୋଜ ହୋଇଯାଇଛି। ବିମାନବନ୍ଦରରୁ ଟେକ୍ ଅଫ୍ ପରେ ହେଲିକପ୍ଟର ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିବା ଆଶଙ୍କା କରାଯାଉଛି।

ରଏଟର୍ସର ରିପୋର୍ଟ ମୁତାବକ, ଏହି ହେଲିକପ୍ଟରରେ ତିନି ଜଣ କ୍ୟାବିନ୍ କ୍ରୁ ସଦସ୍ୟ ଓ ୧୯ ଜଣ ଯାତ୍ରୀ ଥିଲେ।

ତେବେ ଉଡାଣ ଭରିବା ପରେ କାମ୍ଚାତ୍କା ଠାରେ ହେଲିକପ୍ଟର ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।

ସୂଚନା ମୁତାବକ, ଭ୍ୟାକାଜେଟସ୍ ଆଗ୍ନେୟଗିରି ନିକଟରେ ହେଲିକପ୍ଟରଟି ନିଖୋଜ ହୋଇଯାଇଛି। ଏହାକୁ ଖୋଜିବା ପାଇଁ ଅନ୍ୟ ଏକ ବିମାନ ପଠାଯାଇଛି। ରୁଷ ନ୍ୟୁଜ୍ ଆଉଟଲେଟ୍ କହିଛି ଯେ ଭିଟାଜ୍-ଏରୋ ଏୟାରଲାଇନ୍ସର Mi-8T, ଭାକ୍କାଜେଟ୍ ଆଗ୍ନେୟଗିରିର ଏକ ସ୍ଥାନରୁ ୨୫ କିଲୋମିଟର ଦୂରରେ ଥିବା ନିକୋଲେଭାକ୍କା ଗାଁକୁ ଉଡ଼ାଣ ଭରିଥିଲା। ତେବେ ନିର୍ଦ୍ଧାରିତ ସମୟ ପ୍ରାୟ ୭ଟା ୧୫ରେ(ମସ୍କୋ ସମୟ) ତା’ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button