ଋଣରୁ କିପରି ପାଇବେ ମୁକ୍ତି ?
ଋଣର ଭାର ମନୁଷ୍ୟ କୁ ବହୁତ କଷ୍ଟ ଦେଇଥାଏ । ବନ୍ଧୁଗଣ ଆମ ସମସ୍ତଙ୍କ ଜୀବନ ରେ ସମସ୍ତେ କେବେ ନା କେବେ ଋଣ ନିଶ୍ଚୟ କରିଥିବେ । ବେଳେବେଳେ କିଛି କରଜ ଏପରି ଲାଗି ରହିଥାଏ, କି ଯାହାକି ସହଜରେ ସୁଝି ହୋଇ ନଥାଏ । ଯେଉଁ ମଣିଷ ର ମୁଣ୍ଡରେ ଋଣ ର ଭାର ରହିଥାଏ ସେହି ମଣିଷ ଜୀବନରେ ଶାନ୍ତି ଏକବାରେ ଲୋପ ପାଇ ଯାଇଥାଏ । ଯାହାଫଳରେ ସେହି ମଣିଷ ନିଜର ଖାଇବା ଶୋଇବା କିଛି ଠିକ ଭାବରେ କରି ପାରିନଥାଏ ।
ମନୁଷ୍ୟ ଜୀବନରେ ଯେତେବେଳେ ଅସୁବିଧା ଆସେ ଏବଂ ତା ପାଖରେ ପର୍ଯ୍ୟାପ୍ତ ଧନ ସେହି ସମୟରେ ନ ଥାଏ ସେହି ସମୟରେ ସେ ମଣିଷ କାହା ଠାରୁ ନା କାହାଠାରୁ କିଛି ଟଙ୍କା ରାଶି ଋଣ ଭାବରେ ଆଣିଥାଏ । ମଣିଷ ସବୁବେଳେ ନିଜ ଆଣିଥିବା ଋଣ ଶୀଘ୍ର ଅତି ଶୀଘ୍ର ସୁଝି ଦେବାକୁ ମଧ୍ୟ ଚାହିଁଥାଏ ।
କିନ୍ତୁ ବେଳେ ବେଳେ ପରିସ୍ଥିତି କିଛି ଏପରି ହୋଇଯାଏ କି ମଣିଷ ଋଣ ସୁଝିବା ପରିବର୍ତ୍ତେ ଆହୁରି ଋଣ ପରେ ଋଣ କରି ଚାଲିଥାଏ । ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଜାତକ ର ଷଷ୍ଠ ସ୍ଥାନ ହେଉଛି ଋଣ ର ସ୍ଥାନ । ସେହି ହିସାବରେ ଯେଉଁ ମନକର ଜାତକ ର ଷଷ୍ଠ ଭାଗରେ ଲଗ୍ନଧିପତି ରହିଥାନ୍ତି, ସେହି ମାନେ ଜୀବନରେ ଖାଲି ଋଣ ଉପରେ ଋଣ କରି ଚାଲିଥାନ୍ତି ।
ଯେ ପର୍ଯ୍ୟନ୍ତ ଏହାର ସଠିକ ପ୍ରତିକାର ନ ହୁଏ, ସେ ପର୍ଯ୍ୟନ୍ତ ସେମାନଙ୍କର ଋଣ ର ଭାର ସହଜ ରେ କମି ନ ଥାଏ । ତାହାଛଡା ବନ୍ଧୁଗଣ ଋଣ କେବେ ମଧ୍ୟ କାହାଠାରୁ ଶନିବାର କିମ୍ବା ମଙ୍ଗଳବାର ଦିନ ଆଣିବା ଠିକ ହୋଇ ନଥାଏ । ଆପଣ ଯଦି ଏହି ଦିନରେ କାହାଠାରୁ ଋଣ ଆଣନ୍ତି ଆପଣ କେବେ ମଧ୍ୟ ସେହି ଲୋକ ଙ୍କୁ ସହଜ ରେ ଅଣାଇଥିଆବ ଋଣ କୁ ସୁଝି ପରିବେନି ।
କିନ୍ତୁ ଆପଣ ଚାହିଁଲେ ମଙ୍ଗଲ ବାର ଦିନ ଋଣ ସୁଝି ପାରିବେ । ଏହା ଦ୍ଵାରା ଆପଣ ଅତି ସହଜ ରେ ଆଣିଥିବା ଋଣ ରୁ ମୁକ୍ତ ହୋଇ ପାରିବେ । ବନ୍ଧୁଗଣ ଏହାଛଡା ଯଦି ଆପଣଙ୍କ ଜୀବନରେ ଅଧିକ ରୁ ଅଧିକ ଋଣ ର ଭାର ହୋଇ ଯାଇଛି, ଏବଂ ଆପଣ ସେ ଗୁଡିକ ସୁଝି ପାରୁ ନାହାନ୍ତି । ତେବେ ଆପଣ ଶ୍ରଦ୍ଧାର ସହ ପ୍ରତିଦିନ ତ୍ରି ସନ୍ଧ୍ୟାରେ ଲକ୍ଷ୍ମୀ ନୃସିଂହ ଋଣମୋଚନ ସ୍ତୋତ୍ର କୁ ପାଠ କରନ୍ତୁ ।
ଏହାଦ୍ଵାରା ଆପଣ ଶୀଘ୍ର ଋଣ ର ଭାର ରୁ ମୁକ୍ତ ହୋଇ ପାରିବେ । ଏହାଛଡା ବନ୍ଧୁଗଣ ଯେଉଁଠାରେ ମନ୍ଦିର ତିଆରି ହେଉଛି ସେହି ସ୍ଥାନରେ ଆପଣ ନିଜ ସକ୍ଷମ ଅନୁସାରେ କିଛି ଇଟା ଦାନ କରନ୍ତୁ । ଏହା ଦ୍ଵାରା ମଧ୍ୟ ଆପଣ ଶୀଘ୍ର ଋଣ ମୁକ୍ତ ହୋଇ ପାରିବେ । ଏହାଛଡା ଅନ୍ୟ ଏକ ଉପାୟ ମଧ୍ୟ ରହିଛି ଯାହାକି ଅତ୍ୟନ୍ତ ପ୍ରଭାବଶାଳୀ । ବନ୍ଧୁଗଣ କୌଣସି ଏକ ବର ଗଛର ଏକ ଅଖଣ୍ଡିତ ସୁନ୍ଦର ପତ୍ର ଗଛ ମୂଳରୁ ନେଇ ଆସନ୍ତୁ ।