ମଣିପୁରକୁ ଭାଗ କରିିିଦିଆଯାଇଛି: ରାହୁଲ – Ibnodisha

[ad_1]
ନୂଆଦିଲ୍ଲୀ: ଅନାସ୍ଥା ପ୍ରସ୍ତାବ ଉପରେ ଲୋକସଭାରେ ରାହୁଲ ଗାନ୍ଧିଙ୍କ ବକ୍ତବ୍ୟ । ସେ କହିଛନ୍ତି ନିକଟରେ ମୁଁ ମଣିପୁର ଯାଇଥିଲି କିନ୍ତୁ ପ୍ରଧାନମନ୍ତ୍ରୀ ଯାଇନଥିଲେ । ପ୍ରାନମନ୍ତ୍ରୀଙ୍କ ପାଇଁ ମଣିପୁର ମୂଲ୍ୟହୀନ ଆଉ ମଣିପୁରକୁ ବାଣ୍ଟି ଦିଆଯାଇଛି । ମଣିପୁର ଆଉ ନାହିଁ ତାକୁ ଭାଗ କରିଦିଆଯାଇଛି । ଏମାନେ ମଣିପୁରରେ ହିନ୍ଦୁସ୍ତାନର ହତ୍ୟା କରିଛନ୍ତି । ରାଜନୀତି ପାଇଁ ଏମାନେ ମଣିପୁରରେ ହିନ୍ଦୁସ୍ତାନକୁ ମାରିଛନ୍ତି । ରାହୁଲଙ୍କ ମନ୍ତବ୍ୟକୁ ଶାସକ ଦଳ ସଭ୍ୟଙ୍କ ପ୍ରବଳ ବିରୋଧ କରାଯାଇଛି ।
ଭାରତର ସ୍ୱରକୁ ଆପଣ ମଣିପୁରରେ ମାରିଛନ୍ତି । ମଣିପୁର ଲୋକଙ୍କୁ ମାରି ଆପଣ ଭାରତମାତାର ହତ୍ୟା କରିଛନ୍ତି । ଆପଣ ଦେଶପ୍ରେମୀ ନୁହଁନ୍ତି ବରଂ ଆପଣମାନେ ହେଉଛନ୍ତି ଦେଶଦ୍ରୋହୀ । ଆପଣ ଭାରତର ରକ୍ଷାକର୍ତ୍ତା ନୁହଁନ୍ତି ଭାରତର ହତ୍ୟାକରୀ । ଭାରତୀୟ ସେନା ନିକଟରେ ମଣିପୁରରେ ଶାନ୍ତି ଆଣିପାରିବେ । ଭାରତୀୟ ସେନାକୁ ମଣିପୁରରେ ନିୟୋଜିତ କରାଯାଉନାହିଁ । ଲଙ୍କାକୁ ହନୁମାନ ନୁହେଁ, ରାବଣର ଅହଙ୍କାର ଜଳାଇଥିଲା । ରାବଣକୁ ତା ଅହଙ୍କାର ମାରିଥିଲା । ସାରା ଦେଶରେ ଆପଣ ଭାରତମାତାକୁ ହତ୍ୟା କରିଚାଲିଛନ୍ତି ବୋଲି କହିଛନ୍ତି ରାହୁଲ ଗାନ୍ଧୀ ।
[ad_2]




