ରାଜ୍ୟ

ବିପଦ ସଙ୍କୁଳ ଅବସ୍ଥାରେ ଝୁଲି ରହିଛି ୧୧କେଭି ବିଦ୍ୟୁତ ତାର – Ibnodisha

[ad_1]

ମାଲକାନଗିରି: ୩୨୬ଜାତୀୟ ରାଜପଥରେ ପାର୍ଶ୍ୱରେ ଛପି ବସିଛି ମୃତ୍ୟୁ। କେବେବେଳେ ଘଟିପାରେ ଅଘଟଣ। । ଜାତୀୟ ରାଜପଥରେ ବସିଛି ମୃତ୍ୟୁର ଫାସ। କେତେବେଳେ ଘଟିପାରେ ଅଘଟଣ । ଏମ୍. ପି. ଭି-୮୧ ୩୨୬ ନ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଏକ ଛାତ ଘର ଉପରେ ଏକ ଖୁଣ୍ଟରେ ଝୁଲି ରହିଛି ୧୧କେଭି ବିଦ୍ୟୁତ ତାର l ତାର ଝୁଲି ରହି ବିପଦକୁ ଆମନ୍ତ୍ରଣ କରୁଛି l କୌଣସି ସମୟରେ ମଧ୍ୟ ଦୁର୍ଘଟଣାର ଆଶଙ୍କା ରହିଛି । ଏଭଳି ଘଟଣା ଦେଖିବା ପାଇଁ ମିଳିଛି ଏମ୍. ପି. ଭି-୮୧ ମାର୍କେଟ ଛକ ଠାରେ l

ଏଭଳି ବହୁ ଦିନ ଧରି ବିପଦ ସଙ୍କୁଳ ଅବସ୍ଥାରେ ଝୁଲି ରହିଥିବା ବେଳେ କେମିତି ବିଭାଗୀୟଅଧିକାରୀ ଙ୍କ ନଜର ପଡୁନାହିଁ ତାହା ସାଧାରଣ ରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରୁଥିବା ବେଳେ l କେତେବେଳେ ଯେ କଣ ବିପଦ ଘଟିବ ତାହା କେହି ଜାଣିନାଥିବା ବେଳେ ଏଠାରେ କିଭଳି ଏକ ବିଦ୍ୟୁତ ଖୁଣ୍ଟ ଲାଗିବ ଲାଗି ପାରିବ l

ବର୍ଷା ଦିନେ ପ୍ରବଳ ବର୍ଷା ହେଲେ ସେହି ଖୁଣ୍ଟ ର ଅବସ୍ଥା କଣ ହେବ କେହି କହି ପାରିବେ ନାହିଁ lତେଣୁ ” ବିଦ୍ୟୁତ ପରିବଣ୍ଟନ ଦାୟିତ୍ବ ଟାଟା ପାୱାରକୁ ହସ୍ତାନ୍ତର ହେବାପରେ ବାରମ୍ବାର ଅଘୋଷିତ ବିଦ୍ୟୁତ କାଟ ହେଉଛି। ସଂଯୋଗ ହୋଇଥିବା ବିଦ୍ୟୁତ ଖୁଣ୍ଟ ଗୁଡ଼ିକ ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି। ପ୍ରଶାସନିକ ଅବହେଳା ଯୋଗୁଁ ଏହି ସବୁ ସମସ୍ୟା ଦେଖିବାକୁ ମିଳୁଛି।

ସେହିପରି କିଛି ଗ୍ରାମରେ ଗଛରେ ଝୁଲିଛି ତାର ତ ଆଉ କେଉଁଗ୍ରାମରେ ବାଉଁଶ ଭରସାରେ ବିଦ୍ୟୁତ ତାର ରହିଛି। ଯାହା ଦ୍ଵାରା କେତେବେଳେ ମଧ୍ୟ ବିଦ୍ୟୁତ ଅଘଟଣର ପୁନରାବୃତ୍ତି ହେବ ବୋଲି ଆଶଙ୍କା କରାଯାଉଛି।ତେଣୁ ବିଦ୍ୟୁତ ବିଭାଗ ଅଧିକାରୀ ଏହାର ତୁରନ୍ତ ସମାଧାନ କରାଯାଉ ବୋଲି ସାଧାରଣ ରେ ଦାବୀ ହେଉଛି l

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button