IBN ଓଡ଼ିଶା ବ୍ୟୁରୋ

୫ଘଣ୍ଟା ଜେରା ପରେ ଗିରଫ ହେଲେ ଆପ୍‌ ନେତା

ମାଜ ଡିଜିଟାଲ ଡେସ୍କ: ପାଞ୍ଚ ଘଣ୍ଟାର ଜେରା ପରେ ଆପ୍‌ ନେତା ଓଖଲା ବିଧାୟକ ଅମାନତୁଲ୍ଲା ଖାନଙ୍କୁ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଆଜି ସକାଳୁ ସକାଳୁ ଚଢାଉ ପରେ ମଧ୍ୟାହ୍ନରେ ବନ୍ଧ ହୋଇଛନ୍ତି ଓଖଲା। ଦିଲ୍ଲୀ ୱାକଫ ବୋର୍ଡର ଅଧ୍ୟକ୍ଷ ଥିବାବେଳେ ଅମାନତୁଲ୍ଲା ସରକାରୀ ଗାଇଡଲାଇନକୁ ଅଣଦେଖା କରି ଚାକିରି ଦେଇଥିବା ଅଭିଯୋଗ ହେବା ପରେ ଇଡି ଟିମ୍‌ ତାଙ୍କ ବାସଭବନରେ ଚଢାଉ କରିଥିଲା।

ଆଜି ସକାଳୁ ଓଖଲାଙ୍କ ଘର ବାହାରେ ଇଡି ଟିମ୍‌ ଠିଆ ହୋଇଥିବା ବେଳେ ସେ କବାଟ ଖୋଲି ନଥିଲେ। ଏହାପରେ ଇଡି ଟିମ୍‌ ସହ ତାଙ୍କର ଯୁକ୍ତିତର୍କ ହୋଇଥିଲା। ଏହାପରେ ଇଡି ଚଢାଉ ସମ୍ପର୍କରେ ଅମାନତୁଲ୍ଲା ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ସୂଚନା ଦେଇଥିଲେ। ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିଛନ୍ତି। ବର୍ତ୍ତମାନ ଆମ୍‌ ଆଦମୀ ପାର୍ଟିରେ ବିଧାୟକ ସହ ଦିଲ୍ଲୀ ୱାକଫ ବୋର୍ଡର ଅଧ୍ୟକ୍ଷ ମଧ୍ୟ ରହିଛନ୍ତି ଅମାନତୁଲ୍ଲା।

Related Articles

Leave a Reply

Your email address will not be published. Required fields are marked *

Back to top button