IBN ଓଡ଼ିଶା ବ୍ୟୁରୋ

ଜୀବନରେ ସଫଳତା ପାଇବା ପାଇଁ ଚାହୁଁଥିଲେ ଏକୁଟିଆ ଚାଲ…ଲୋକ ତ ସବୁବେଳେ କିଛି ନା କିଛି କହିବେ

ସୂଚନା ଅନୁସାରେ ଜୀବନରେ ସଫଳ ପାଇବାକୁ ଦୁନିଆର ସବୁ ଲୋକ ବହୁ ଚେଷ୍ଟା କରିଥାନ୍ତି । କିଛି ଲୋକ ଅନେକ ପରିଶ୍ରମ କରି ମଧ୍ୟ ସଫଳ ପାଇବାକୁ ବିଳମ୍ବ ହେଉଥିବା ସମୟରେ କିଛି ଲୋକ ଅଳ୍ପ ପରିଶ୍ରମ କରି ମଧ୍ୟ ନିଜ ବୁଦ୍ଧି ଓ ବିବେକ ଅନୁସାରେ ଠିକ ଭାବରେ ପରିଚାଳିତ ହୋଇ ବହୁ ଶୀଘ୍ର ସଫଳତା ହାସଲ କରିଦେଇଥାଏ।  ଆଜି ଆପଣ ମାନେ ଏକ ଗପ ଜାଣିବାକୁ ପାଇବେ । ଯେଉଁ ଗପରୁ ଆପଣ ଅନ୍ୟ କାହା କଥାରେ ପରିଚାଳିତ ନହୋଇ ନିଜ ବୁଦ୍ଧିରେ ବହୁ ଶୀଘ୍ର ସଫଳ ହୋଇପାରିବେ ।

 

ଥରେ ଜଣେ ସ୍ଵାମୀ ଓ ସ୍ତ୍ରୀ କେଉଁ ଏକ କାର୍ଯ୍ୟରେ ବାହାରକୁ ଯାଉଥିଲେ । ତାଙ୍କ ସହିତ ଏକ ଗଧ ମଧ୍ୟ ଯାଉଥିଲା । କିଛି ବାଟ ଗଲା ପରେ ସ୍ଵାମୀ ସ୍ତ୍ରୀ କୁ କହିଲା ଗଧ ଉପରେ ବସିଯାଅ । ଗଧ ଖାଲି ଚାଲି ଚାଲି କାହିଁକି ଜୀବ ? ତାପରେ ସ୍ତ୍ରୀ ଜଣଙ୍କ ଗଧ ଉପରେ ବସିକି କିଛି ବାଟ ଗଲା ପରେ ବାଟ ଏକ ମହିଳା ପାଣି ନେଇଯିବା ବେଳେ ସେହି ଗଧ ଉପରେ ସ୍ତ୍ରୀକୁ ଦେଖି କହିଲା ।

ଆରେ ଆରେ ସ୍ଵାମୀ ଚାଲିକି ଯାଉଥିବା ସମୟରେ ସ୍ତ୍ରୀଟି ଗଧ ଉପରେ ଆରମରେ ବସିକି ଯାଉଛି । ତାପରେ ଗଧ ଉପରେ ବସିଥିବା ସ୍ତ୍ରୀ ଜଣଙ୍କୁ ଖରାପ ଲାଗିଲା । ସ୍ତ୍ରୀ ଗଧ ଉପରୁ ଓଲ୍ହାଇ ଗଧ ଉପରେ ସ୍ଵାମୀ ଜଣଙ୍କ ବସିଲା । କିଛି ବାଟ ଗଲା ପରେ ବାଟରେ ଯାଉଥିବା ଏକ ଲୋକ ଗଧ ଉପରେ ସ୍ଵାମୀକୁ ବସିଥିବ ଦେଖି କହିଲା । ଆରେ ପୁରୁଷ ଜଣଙ୍କ ଗଧ ଉପରେ ଆରମରେ ବସି ଯାଉଥିବା ସମୟରେ ସ୍ତ୍ରୀକୁ ଖରାରେ ଚଳାଇ ନେଉଛି ।

 

ତାପରେ ସ୍ଵାମୀକୁ ଖରାପ ଲାଗିଲା । ତାପରେ ଗଧ ଉପରେ ସ୍ଵାମୀ ଓ ସ୍ତ୍ରୀ ଉଭୟ ବସିକି ଯିବାକୁ ଆରମ୍ଭ କଲେ । କିଛି ବାଟ ଯିବା ପରେ ଏକ ଛକ ପଡିଲା । ସେଠାରେ କିଛି ଲୋକ ଏକତ୍ର ହୋଇ ବସିଥିଲେ । ସ୍ଵାମୀ ଓ ସ୍ତ୍ରୀଙ୍କୁ ଗଧ ଉପରେ ବସି ଯିବାର ଦେଖି କହିଲେ ଆରେ ଖରାରେ ଗଧକୁ ଚଳାଇ ଗଧ ଉପରେ ଦୁଇ ସ୍ଵାସ୍ଥବାନ ଦମ୍ପତି ବସି କିପରି ଆରମରେ ଯାଉଛନ୍ତି । ଏହାପରେ ସ୍ଵାମୀ ଓ ସ୍ତ୍ରୀକୁ ଖରାପ ଲାଗିଲା ।

ତାପରେ ସ୍ଵାମୀ ଓ ସ୍ତ୍ରୀ ଦୁହେଁ ଗଧ ପିଠିରୁ ଓଲ୍ହାଇ ଗଧକୁ  କାନ୍ଧରେ ପକାଇ ସ୍ଵାମୀ ଓ ସ୍ତ୍ରୀ ଦୁହେଁ ଚାଲିବାକୁ ଆରମ୍ଭ କଲେ । କିଛି ବାଟ ଗଲା ପରେ କିଛି ଲୋକ ସାଇକେଲ୍ ରେ ଯାଉଥିଲେ । ସ୍ଵାମୀ ଓ ସ୍ତ୍ରୀଙ୍କୁ ଗଧକୁ କାନ୍ଧରେ ବସାଇ ନେଇ ଯାଉଥିବାର ଦେଖି ସ୍ଵାମୀ ଓ ସ୍ତ୍ରୀଙ୍କୁ ଦେଖି ହସି କରି କହିଲେ । ଆରେ ଏହି ଦୁନିଆର ସବୁଠାରୁ ମୂର୍ଖ ଦମ୍ପତିଙ୍କୁ ଦେଖ ! ଗଧ ଥାଉ ଥାଉ ତା ପିଠିରେ ନବସି ଓଲଟା ଗଧକୁ କାନ୍ଧରେ ବସାଇ ଯାଉଛନ୍ତି ।

 

ତାପରେ ସବା ଶେଷରେ ସ୍ଵାମୀ ଓ ସ୍ତ୍ରୀ ବିରକ୍ତ ହୋଇ ଆଉ କାହାରି କଥାକୁ ଗୁରୁତ୍ଵ ନଦେଇ ସ୍ତ୍ରୀକୁ ଗଧ ପିଠିରେ ବସାଇ ସ୍ଵାମୀ ତାଙ୍କ ସହିତ ଚାଲି ଚାଲି ଗଲା । ଏହି ଗପଟି ଅର୍ଥ ହେଉଛି ସ୍ଵାମୀ ଓ ସ୍ତ୍ରୀ ପ୍ରଥମରୁ ଯେଉଁ କାର୍ଯ୍ୟ କରିଥିଲେ । ବୁଲି ବୁଲି ସର୍ବ ଶେଷରେ ସେହି କାର୍ଯ୍ୟ ହିଁ କଲେ । ତେଣୁ ପ୍ରତ୍ଯେକ ମନୁଷ୍ୟ ଯାହା କରିବାକୁ ଅନ୍ତରରୁ ଇଛା କରୁଛି । ଯଦି ନିଜ ବୁଦ୍ଧି ଓ ବିବେକ ଅନୁସାରେ ସଠିକ ଢଙ୍ଗରେ କରିବା ସହିତ କାହାର କଥାରେ ମଧ୍ୟ ନିଜ ଲକ୍ଷପଥରୁ ବିଚ୍ଯୁତ ନହୁଏ

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button