ଘର ଝାଡୁ, ପୋଛା ମାରିବା ବେଳେ ସ୍ତ୍ରୀ ଙ୍କର କେଉଁ ଭୁଲ ସ୍ଵାମୀଙ୍କୁ କରିଥାଏ ବର୍ବାଦ ?
ଘରେ ଯଦି ଲୋକମାନେ ବାରମ୍ବାର ରୋଗଗ୍ରସ୍ତ ହେଉଥାନ୍ତି ତେବେ ପରିବାରର ସମସ୍ତ ଲୋକ ଦକ୍ଷିଣ ଦିଗକୁ ମୁଣ୍ଡ କରି ଏବଂ ଉତ୍ତର ଦିଗକୁ ପାଦ ରଖି ଶୋଇବା ଦ୍ଵାରା ମଙ୍ଗଳକାରୀ ହୋଇଥାଏ । ଯଦି ଘରଫ୍ରା ମୁଖ୍ୟଦ୍ଵାର ସମୁଖରେ କୌଣସି ଖୁଣ୍ଟ କିମ୍ବା ବଦଗଛ ରହିଥାଏ ତେବେ ହଟାଇ ଦେବା ଉଚିତ, ଏହାଦ୍ବାରା ଘରେ ବାସ୍ତୁଦୋଷ ଦେଖା ଦେବା ସହ ସ୍ୱାସ୍ଥ୍ୟ ସମସ୍ଯା ଦେଖା ଦେଇଥାଏ । ଘରର ମୁଖ୍ୟଦ୍ଵାର ସମୁଖରେ କୌଣସି ବଡ ଗାତ କିମ୍ବା କୂଅ ରହିବା ଉଚିତ ନୁହେଁ ।
ଏହାଦ୍ବାରା ଘରର ମୁଖ୍ୟ ଲୋକଙ୍କର ମାନସିକ ଏବଂ ଶାରୀରିକ ସ୍ୱାସ୍ଥ୍ୟ ସମସ୍ତା ଦେଖା ଦେଇଥାଏ । ଘରେ ଅସୁସ୍ଥ ଥିବା ଲୋକଙ୍କ କୋଠରିର ଝରକା ସବୁବେଳେ ବନ୍ଦ ରଖିବା ଊହିତ ନୁହେଁ, କାରଣ ବାହାରର ବାୟୁ ଓ ଆଲୋକ ପ୍ରବେଶ ନକରିବା ଦ୍ବାରା ବାସ୍ତୁଦୋଷ ଦେଖା ଦେଇଥାଏ । ଶୋଇବା ଘରେ କେବେବି ଠାକୁରଙ୍କ ଫଟୋ କିମ୍ବା ମୂର୍ତ୍ତି ରଖିବା ଉଚିତ ନୁହେଁ, ଏହାଦ୍ବାରା ସ୍ୱାସ୍ଥ୍ୟ ସମସ୍ଯା ଦେଖା ଦେବାର ସମ୍ଭାବନା ରହିଥାଏ ।
ଘରର ମଧ୍ୟଭାଗ ସବୁବେଳେ ଖାଲି ରହିବା ଉଚିତ କିମ୍ବା କୌଣସି ଓଜନଦାର ଜିନିଷ ସେଠାରେ ରଖିବା ନୁହେଁ, ଏହାଦ୍ବାରା ସକାରାତ୍ମକ ଶକ୍ତିର ସଂଚାର ହୋଇ ପାରି ନଥାଏ । ଘରର ବିମ୍ ତଳେ କେବେବି ବସିବା କିମ୍ବା ଶୋଇବା ଉଚିତ ନୁହେଁ, ସେଠାରେ ନକରାତ୍ମକ ଶକ୍ତିର ବାସ ହୋଇଥାଏ ଏବଂ ଶରୀର ରୋଗଗ୍ରସ୍ତ ହେବାର ସମ୍ଭାବନା ରହିଥାଏ ।
ପ୍ରତ୍ଯେକ ପୂର୍ଣ୍ଣିମା ଦିନ ମହାଦେବଙ୍କୁ ପରିବାର ସହିତ ପୂଜା କରିବା ଦ୍ଵାରା ଏବଂ ନିଜ ପରିବାର ସଦସ୍ୟଙ୍କ ନିରୋଗୀ ରହିବାର କାମନା କରିବା ଦ୍ଵାରା କଲ୍ୟାଣକାରୀ ହୋଇଥାଏ । ଘର ଦକ୍ଷିଣ ଦିଗରେ ହନୁମାନଙ୍କ ଫଟୋ ଲଗାଇବା ଉଚିତ କିମ୍ବା ଘର ଦୁଆର ମୁହଁ ଯଦି ଦକ୍ଷିଣାଭିମୁଖୀ ହୋଇଥାଏ ତେବେ ପଞ୍ଚମୁଖୀ ହନୁମାନଙ୍କ ଫଟୋ ଲଗାଇବା ଦ୍ଵାରା ମଙ୍ଗଳକାରୀ ହୋଇଥାଏ ।
ଯଦି ଘରର କୌଣସି ସଦସ୍ୟଙ୍କର ରୋଗ ଭଲ ହେଉ ନଥାଏ ତେବେ ଅଟାର ଗୁଳା କରି ତାଙ୍କ ମୁଣ୍ଡ ଚାରିପାଖେ ତିନିତଥର ବୁଲାଇ ଗାଈକୁ ତିନିଥର ଖୁଆଇବା ଦ୍ଵାରା ଶରୀର ଆରୋଗ୍ଯ ହୋଇଥାଏ । ସେହିପରି ରୋଗଗ୍ରସ୍ତ ଲୋକଙ୍କ ମୁଣ୍ଡ ଚାରିପାଖେ ଢାଳେ ପାଣି ତିନିଥର ବୁଲାଇ ଓସ୍ତଗଛ ମୂଳରେ ତିନିଦିନ ଅର୍ପଣ କଲେ ଶୀଘ୍ର ଆରୋଗ୍ଯ ହୋଇଥାଏ । ରୋଗଗ୍ରସ୍ତ ଲୋକମାନେ ପୂର୍ବ ଦିଗକୁ ମୁଖକରି ଔଷଧ ଖାଇବା ଦ୍ଵାରା ମଙ୍ଗଳକାରୀ ହୋଇଥାଏ ଏବଂ ଶୀଘ୍ର ସୁସ୍ଥ ହେବାର ସମ୍ଭାବନା ରହିଥାଏ ।
ଘରେ ସବୁବେଳେ ଉତ୍ତ କିମ୍ବା ଉତ୍ତର-ପୂର୍ବ ଦିଗରେ ଔଷଧ ରଖିବା ଉଚିତ ଏବଂ କେବେବି ଦକ୍ଷିଣ କିମ୍ବା ଦକ୍ଷିଣ-ପୂର୍ବ ଦିଗରେ ଔଷଧ ରଖିବା ଉଚିତ ନୁହେଁ, ଏହାଦ୍ବାରା ଶୀଘ୍ର ଆରୋଗ୍ଯ ପ୍ରାପ୍ତି ହୋଇଥାଏ । ମଙ୍ଗଳବାର ଏବଂ ଶନିବାର ଦିନ ହନୁମାନଙ୍କ ମୂର୍ତ୍ତିରୁ ସିନ୍ଦୁର ଆଣି ରୋଗୀ ଲୋକଙ୍କ ମଥାରେ ଲଗାଇବା ଦ୍ଵାରା ତାଙ୍କର ଶରୀରର ଶୀଘ୍ର ସୁସ୍ଥ ହୋଇଥାଏ । ଅଶୋକ ଗଛର ତିନୋଟି ତାଜା ପତ୍ରକୁ ପ୍ରତିଦିନ ସକାଳୁ ଚୋବାଇବା ଦ୍ଵାରା ଶରୀର ସୁସ୍ଥ ରହିଥାଏ । ତା’ ସହିତ ସମସ୍ତ ପ୍ରକର ଚିନ୍ତା ଏବଂ ସମସ୍ଯା ଦୂର ହୋଇଥାଏ ।
ଯଦି କୌଣସି ଲୋକଙ୍କ ଶରୀର ଅଧିକ ଦିନ ପର୍ଯ୍ୟନ୍ତ ଅସୁସ୍ଥ ରହିଥାଏ ତେବେ ଶୋଇବା ବେଳେ ତାଙ୍କ ତକିଆ ତଳେ ଓସ୍ତଗଛର ଚେର ଏବଂ ସହଦେଇ ରଖିବା ଦ୍ଵାରା ଶରୀର ଶୀଘ୍ର ଆରୋଗ୍ଯ ହୋଇଥାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।