IBN ଓଡ଼ିଶା ବ୍ୟୁରୋ

ବିବାହ ପାଇଁ ପ୍ରସ୍ତୁତ ଶିଳ୍ପା, ଏହି ଅଭିନେତାଙ୍କ ହାତ ଧରିବେ ଅଭିନେତ୍ରୀ

ମୁମ୍ବାଇ: ଅଙ୍ଗୁରି ଭାବୀ ଭାବେ ଲୋକପ୍ରିୟ ଅଭିନେତ୍ରୀ ଶିଳ୍ପା ସିନ୍ଦେ ବର୍ତ୍ତମାନ ଷ୍ଟଣ୍ଟ ରିଅଲିଟି ସୋ ଖତ୍ରୋଁ କେ ଖିଲାଡି-୧୪ରେ ନଜର ଆସୁଛନ୍ତି । ସୋ’ରେ ଷ୍ଟଣ୍ଟ କରିବା ସହିତ ଶିଳ୍ପା ବହୁତ ମଜା କରୁଥିବା ଦେଖିବାକୁ ମିଳିଛି। ତାଙ୍କ ଚୁଲବୁଲି ଗୁଣ ପାଇଁ ପ୍ରଶଂସକମାନେ ତାଙ୍କୁ ବହୁତ ପସନ୍ଦ କରୁଛନ୍ତି। ନିଜ ଅଭିନୟ ପାଇଁ ଚର୍ଚ୍ଚାରେ ରହୁଥିବା ଅଭିନେତ୍ରୀ କେବେ ବିବାହ କରିବେ ସେହି ଦିନକୁ ପ୍ରଶଂସକମାନେ ଅପେକ୍ଷା କରି ରହିଛନ୍ତି।

ଶିଳ୍ପାଙ୍କୁ ୪୯ବର୍ଷ ବୟସ ହୋଇଥିବା ବେଳେ ସେ ଏବେ ବି ଅବିବାହିତ ଅଛନ୍ତି। ହେଲେ ଏବେ ଚର୍ଚ୍ଚା ହେଉଛି ଯେ, ଶିଳ୍ପା ଏବେ ବିବାହ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସେ ଖତ୍ରୋଁ କେ ଖିଲାଡି-୧୪ର ସହ ପ୍ରତିଯୋଗୀଙ୍କୁ ବିବାହ କରିବେ ବୋଲି କୁହାଯାଉଛି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button