IBN ଓଡ଼ିଶା ବ୍ୟୁରୋ

ସରକାରଙ୍କୁ ସୁପାରିଶ କଲା ସେନା; ଅଗ୍ନିପଥ ଯୋଜନାରେ ଆସିବ ପରିବର୍ତ୍ତନ

ଭାରତୀୟ ସେନାରେ ନିଯୁକ୍ତି ନେଇ କେନ୍ଦ୍ର ସରକାର ଆଣିଥିବା ଅଗ୍ନିପଥ ଯୋଜନାର ହେବ ପରିବର୍ତ୍ତନ। ଆଗକୁ ଏହି ଯୋଜନାରେ କିଛି ପରିବର୍ତ୍ତନ ହେବା ନେଇ ବିଶେଷ ସୂତ୍ରରୁ ପ୍ରକାଶ ପାଇଛି।

ପ୍ରତିରକ୍ଷା ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଅଗ୍ନିପଥ ନିଯୁକ୍ତିରେ ସଂରକ୍ଷଣ ଶତକଡ଼ା ବୃଦ୍ଧି କରିବା ସହିତ ଅଧିକ ଯବାନଙ୍କ ଚାକିରି କାଳ ବୃଦ୍ଧି କରିବାକୁ ଯୋଜନା ଚାଲିଛି।

ଅଗ୍ନିପଥ ଯୋଜନାର ସାମଗ୍ରିକ ଗଠନ ଏବଂ ଲାଭରେ ପରିବର୍ତ୍ତନ ଆଣିବାକୁ ଲକ୍ଷ୍ୟ ରଖି ଏହି ବ୍ୟବସ୍ଥା ଅଣାଯାଉଛି।

ପ୍ରତିରକ୍ଷା ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କ କହିବାନୁସାରେ, ଆଗ୍ନିବୀରଙ୍କ ରକ୍ଷଣାବେକ୍ଷଣ ପ୍ରତିଶତ ବୃଦ୍ଧି ଉପରେ ବିଚାରବିମର୍ଶ ଚାଲିଛି। ଏହା ମାଧ୍ୟମରେ ଅଧିକ ସଂଖ୍ୟକ ଅଗ୍ନିବୀରଙ୍କୁ ଚାରି ବର୍ଷର କାର୍ଯ୍ୟକାଳ ପରେ ପୂର୍ଣ୍ଣକାଳୀନ ସେବା ଜାରି ରଖିବାକୁ ଅନୁମତି ଦେବ।

ପ୍ରାରମ୍ଭିକ ଘୋଷଣା ମୁତାବକ, ଅଗ୍ନିପଥ ଯୋଜନାରେ ନିଯୁକ୍ତ ଅଗ୍ନିବୀରଙ୍କ ମଧ୍ୟରୁ ୨୫ ପ୍ରତିଶତ ଯବାନଙ୍କ ଚାକିରି କାଳ ଆଉ ୧୫ ବର୍ଷ ପାଇଁ ବଢ଼ାଯିବାର ବ୍ୟବସ୍ଥା ଥିବା ବେଳେ ଅବଶିଷ୍ଟ ୭୫ ପ୍ରତିଶତ ଯବାନଙ୍କୁ କ୍ଷତିପୂରଣ ସହ ଅବସର ଦିଆଯିବାର ବ୍ୟବସ୍ଥା ରହିଛି।

ବର୍ତ୍ତମାନ ୫୫ ପ୍ରତିଶତ ପିଲାଙ୍କ ଚାକିର କାଳ ବୃଦ୍ଧି କରିବାକୁ ବିଚାର ବିମର୍ଶ ଚାଲିଛି। ଚାରି ବର୍ଷ ଶେଷରେ ଯବାନଙ୍କ କାର୍ଯ୍ୟକାଳ ବୃଦ୍ଧି ନେଇ ରଖାଯାଇଥିବା ଯବାନଙ୍କ ସଂଖ୍ୟା ବୃଦ୍ଧି ହେବା ଉଚିତ୍ ବୋଲି ସେନା ପରାମର୍ଶ ଦେଇଛି। ଆଭ୍ୟନ୍ତରୀଣ ମତାମତ ଏବଂ ସର୍ବେକ୍ଷଣ ପରେ ସେନା ସରକାରଙ୍କୁ ଏହି ସମ୍ଭାବ୍ୟ ପରିବର୍ତ୍ତନଗୁଡିକ ସମ୍ବନ୍ଧରେ ସୁପାରିଶ ଦାଖଲ କରିସାରିଛି।

ଉଲ୍ଲେଖଯୋଗ୍ୟ, ୨୦୨୨ ଜୁନରେ କେନ୍ଦ୍ର ସରକାର ପ୍ରଥମ କରି ସେନାରେ ଅଗ୍ନିପଥ ନିଯୁକ୍ତି ବ୍ୟବସ୍ଥା ଆରମ୍ଭ କରିଥିଲେ। ଏହି ନିଯୁକ୍ତି ମାଧ୍ୟମରେ ସାଢେ ୧୭ ବର୍ଷରୁ ୨୧ ବର୍ଷ ବୟସ୍କ ପିଲା ସେନାରେ ନିୟୋଜିତ ହୋଇ ପାରୁଥିଲେ। ଅଗ୍ନିପଥ ଯୋଜନାରେ ସାମିଲ ହେଉଥିବା ଯବାନଙ୍କ କାର୍ଯ୍ୟକାଳ ୪ ବର୍ଷ ରଖାଯାଇଛି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button