ରାଜ୍ୟ

୩ ଦିନ ହେବ ନିଖୋଜ ହୋଇଥିଲେ ଯୁବକ, ବୈତରଣୀ ନଦୀରୁ ଉଦ୍ଧାର ହେଲା ଗଳିତ ମୃତଦେହ

ପାଟଣା,୦୭/୦୯: ବୈତରଣୀ ନଦୀର କୁଲଡୁବା ଘାଟରୁ ଉଦ୍ଧାର ହେଲା ବ୍ୟକ୍ତିଙ୍କ ଗଳିତ ମୃତଦେହ । ମୃତକ ରରୁଆଁ ଥାନା ଉପରଡିହା ଗ୍ରାମର ସୂର୍ଯ୍ୟକାନ୍ତ ନାଏକ ବୋଲି ଜଣାପଡ଼ିଛି । କେନ୍ଦୁଝର ଜିଲ୍ଲା ବାରିଆ ଥାନା କଙ୍କଡା ଶିବ ମନ୍ଦିର ନିକଟ ବୈତରଣୀ ନଦୀର କୁଲଡୁବା ଘାଟରେ ଏଭଳି ଘଟଣା ଘଟିଛି ।

ସୂଚନା ଅନୁଯାୟୀ, ସୂର୍ଯ୍ୟକାନ୍ତ ୩ ଦିନ ହେବ ନିଖୋଜ ହୋଇଥିଲେ ।

ତେବେ ଶୁକ୍ରବାର ବୈତରଣୀ ନଦୀର କୁଲଡୁବା ଘାଟ ତାଙ୍କର ଗଳିତ ମୃତଦେହ ଦେଖିବାକୁ ପାଇଥିଲେ ସ୍ଥାନୀୟଲୋକେ । ଏହା ଦେଖି ପୋଲିସକୁ ଘଟଣା ସମ୍ବନ୍ଧରେ ଅବଗତ କରାଇଥିଲେ । ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ବାରିଆ ଥାନା ପୋଲିସ । ଏଥି ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ ।

Related Articles

Leave a Reply

Your email address will not be published. Required fields are marked *

Back to top button