କ୍ରେଡିଟ୍ କାର୍ଡ ବ୍ୟବହାରରେ କିଛି ସାଧାରଣ ଭୁଲ୍, ଆଜି ହିଁ ସୁଧାରନ୍ତୁ.
ଭୁବନେଶ୍ବର: ଆଜିକାଲି ପ୍ରାୟ ସମସ୍ତେ କ୍ରେଡିଟ୍ କାର୍ଡ ବ୍ୟବହାର କରୁଛନ୍ତି। ଯୁବପିଢି ନିଜର ଖର୍ଚ୍ଚ ପାଇଁ କ୍ରେଡିଟ୍ କାର୍ଡର ବହୁଳ ବ୍ୟବହାର କରୁଛନ୍ତି । ଯାହାକୁ ଦୃଷ୍ଟିରେ ରଖି କ୍ରେଡିଟ୍ କମ୍ପାନୀ ଗୁଡିକ ମଧ୍ୟ ଗ୍ରହକଙ୍କୁ ଆକର୍ଷଣ କଲାଭଳି ବିଭିନ୍ନ ଯୋଜନା ଆଣୁଛନ୍ତି । ହେଲେ ଆପଣ ଜାଣନ୍ତିକି, ଆପଣମାନେ ଯଦି ଏହି କାର୍ଡକୁ ଠିକ୍ ଉପାୟରେ କାର୍ଯ୍ୟକାରୀ ନକରନ୍ତି ତାହାଲେ ଏହା ଆପଣଙ୍କୁ ବଡ କ୍ଷତି ଦେଇପାରେ ।
କ୍ରେଡିଟ୍ କାର୍ଡ ବ୍ୟବହାରକାରୀଙ୍କୁ ଅନେକ ଜିନିଷ ପ୍ରତି ସାବଧାନ ରହିବାକୁ ପଡ଼େ। ନଚେତ୍ ଏହାର ସିଧା ପ୍ରଭାବ ଆପଣଙ୍କ ସିବିଲ ସ୍କୋର ଉପରେ ପଡିବାରେ । ତେବେ ଜାଣନ୍ତୁ କ୍ରେଡିଟ୍ କାର୍ଡ ବ୍ୟବହାର ସମ୍ବନ୍ଧରେ କିଛି ଗୁରୁତ୍ତ୍ୱପୂର୍ଣ୍ଣ ଟିପ୍ସ, ଆଉ ଭଲ ସିବିଲ ସ୍କୋର ପାଇଁ ଆଜିଠୁ ହିଁ ଏହାକୁ ଅଭ୍ୟାସରେ ପରିଣତ କରନ୍ତୁ ।
ତେବେ ଯଦି କଥା କ୍ରେଡିଟ୍ କାର୍ଡର ଆସେ ତେବେ ସେଠି ସିବିଲ ସ୍କୋରକୁ ବା କେମିତି ଭୁଲିବା । ସିବିଲ ସ୍କୋର ବା କ୍ରେଡିଟ୍ ଇନଫରମେସନ୍ ବ୍ୟୁରୋ ଲିମିଟେଡ୍, ଯେଉଁଥିରେ ସିବିଲ୍ ସ୍କୋର ୩ ଡିଜିଟ୍ ନମ୍ବର ଦ୍ବାରା ମୂଲ୍ୟାଙ୍କନ କରାଯାଏ । ଯାହା କ୍ରେଡିଟ୍ ବ୍ୟବହାରକାରୀଙ୍କ ଖର୍ଚ୍ଚ ଅଭ୍ୟାସ, ଇତିହାସ ଏବଂ ରିପୋର୍ଟ ବିଷୟରେ ତଥ୍ୟ ପ୍ରଦାନ କରିଥାଏ । ୩୦୦ ରୁ ୯୦୦ ଭିତରେ ଏହି ରେଟିଂ କରାଯାଏ । ଯଦି କ୍ରେଡିଟ୍ ସ୍କୋର୍ ୭୫୦ରୁ ଅଧିକ, ତା’ହେଲେ ଆର୍ଥିକ ସଂସ୍ଥାଗୁଡିକ ଆପଣଙ୍କୁ ବିଶ୍ବାସଯୋଗ୍ୟ ଋଣକର୍ତ୍ତା ଭାବେ ବିବେଚିତ କରନ୍ତି । କିନ୍ତୁ ଯଦି ଆପଣଙ୍କ କ୍ରେଡିଟ୍ ସ୍କୋର୍ ମାର୍କ ୭୦୦ରୁ କମ୍, ଏ କ୍ଷେତ୍ରରେ ବ୍ୟାଙ୍କ ଓ ଅନ୍ୟାନ୍ୟ ଆର୍ଥିକ ଅନୁଷ୍ଠାନଗୁଡିକ ଆପଣଙ୍କ ଲୋନ୍ ଆବେଦନ ନାମଞ୍ଜୁର କରିବାର ସମ୍ଭାବନା ଅଧିକ । ଆପଣଙ୍କ ସିବିଲ ସ୍କୋର ଯେତେ ଭଲ ହେବ, ଆପଣଙ୍କ କ୍ରେଡିଟ୍ ହିଷ୍ଟ୍ରି ମଧ୍ୟ ସେତେ ଭଲ ରହିବ । ଯାହା ଆପଣଙ୍କୁ ଭବିଷ୍ୟତରେ ବ୍ୟାଙ୍କ କିମ୍ବା କୌଣସି କମ୍ପାନୀରୁ ଲୋନ୍ ନେବାରେ ସାହାର୍ଯ୍ୟ କରିବ ।
ତେବେ ଯଦି ଆପଣଙ୍କ କ୍ରେଡିଟ୍ ସ୍କୋର ଖବ୍ କମ୍ ରହିଛି, ତାହାଲେ ଆଜିଠୁ ହିଁ ଏଥିରୁ ସୁଧାର ଆଣନ୍ତୁ ।
କ୍ରେଡିଟ ରେଟିଂରେ ସୁଧାର ପାଇଁ ଅଯଥା ଲୋନ ଉପରେ ନିୟନ୍ତ୍ରଣ ରଖନ୍ତୁ । ନିୟମିତ ଭାବେ ଲୋନ ଓ କ୍ରେଡିଟ ବିଲ୍ ପୈଠ କରନ୍ତୁ । ବିଶେଷକରି ଅଧିକ ସୁଧ ବିଶିଷ୍ଟ ଲୋନଗୁଡିକୁ ଯଥାସମ୍ଭବ ଏଡାନ୍ତୁ ।
କ୍ରେଡିଟ କାର୍ଡ ବ୍ୟବହାର କମ୍ କରିବାକୁ ଚେଷ୍ଟା କରନ୍ତୁ । କ୍ରେଡିଟ ଲିମିଟର ୩୦ରୁ ୪୦ ପ୍ରତିଶତ ଠାରୁ ଅଧିକ କାର୍ଡ ବ୍ୟବହାର କରିବା ଅନୁଚିତ୍ ।
ଠିକ୍ ସମୟରେ ଲୋନ କିସ୍ତି ଓ କାର୍ଡ ବିଲ୍ ପେମେଣ୍ଟ କରିବା ଅଭ୍ୟାସରେ ପକାନ୍ତୁ । କିସ୍ତି କିମ୍ବା କାର୍ଡରେ ଥରେ ମାତ୍ର ପୈଠ ବିଳମ୍ବ ଆପଣଙ୍କ ବର୍ଷ ବର୍ଷର ସ୍କୋରକୁ ପ୍ରଭାବିତ କରିଥାଏ ।
ଏଥିସହିତ ସିଧାସଳଖ ନିଜ ବ୍ୟାଙ୍କ ଆକାଉଣ୍ଟରୁ କ୍ରେଡିଟ କାର୍ଡ ବିଲ୍ ପେମେଣ୍ଟ କରିବାକୁ ଚେଷ୍ଟା କରନ୍ତୁ ।
କ୍ରେଡିଟ୍ କାର୍ଡ ଉପରେ ସବୁଠୁ ବଡ ନକରାତ୍ମକ ପ୍ରଭାବ ହେଉଛି ଜିରୋ ସିକ୍ୟୁରିଟି ଲୋନ୍ । ଯଥା ସମ୍ଭାବ ଏହାକୁ ଅଣଦେଖା କରନ୍ତୁ, ଏହା ବ୍ୟତୀତ ହୋମ୍ ଲୋନ୍ ଏବଂ ଗୋଲ୍ଡ ଲୋନ୍ ଉପରେ ଭରସା କରନ୍ତୁ ।
ଏକାସାଙ୍ଗରେ ଏକାଧିକ ଲୋନ ପାଇଁ ଆବେଦନ କରନ୍ତୁ ନାହିଁ । ଏପରି କରିବା ଦ୍ବାରା ଆପଣଙ୍କ କ୍ରେଡିଟ ସ୍କୋର ପ୍ରଭାବିତ ହୋଇଥାଏ । ଯଦି ଆପଣଙ୍କ କ୍ରେଡିଟ ସ୍କୋର କମ୍ ଥାଏ, ତେବେ ନୂଆ ଲୋନ ଆବେଦନ କରିବା ଅନୁଚିତ୍ । ଏଥିସହିତ ନିୟମିତ ଭାବେ ନିଜର କ୍ରେଡିଟ ରିପୋର୍ଟ ଯାଞ୍ଚ କରନ୍ତୁ । ଏହି ଛୋଟ ଛୋଟ ଅଭ୍ୟାସ ଆପଣଙ୍କୁ ବଡ ଲାଭ ଦେଇପାରେ ।