ରାଜ୍ୟ

ରାଜଧାନୀରେ ଜାଗା ମାଡ଼ି ବସିବାକୁ ଶିକାରୀ ପରି ଚାହିଁ ବସିଛନ୍ତି ପଜେସନ୍‌ ଗ୍ୟାଙ୍ଗ, ୩ଗିରଫ

ଭୁବନେଶ୍ୱର : ରାଜଧାନୀରେ ଜାଗା ମାଡ଼ି ବସିବାକୁ ଶିକାରୀ ପରି ଚାହିଁ ବସିଛନ୍ତି ଏମାନେ । ଆତଙ୍କରାଜ ଖେଳାଇଛନ୍ତି ପଜେସନ୍‌ ଗ୍ୟାଙ୍ଗ। ଭୁବନେଶ୍ୱର ଇନଫୋସିଟି ଥାନା ମ୍ୟାଗନେଟ୍ ଛକ ନିକଟରେ ଏକ ପରିବାର ଏମାନଙ୍କ ଶିକାର ହୋଇଛନ୍ତି । ସୂଚନା ଅନୁସାରେ ଅଶୋକ ମହାପାତ୍ର ଓ ପଦ୍ମାମାଳିନୀ ମହାପାତ୍ରଙ୍କ ପରିବାର ୧୯୯୭ରୁ ଏହି ଜାଗାରେ ଘର କରି ରହି ଆସୁଛନ୍ତି ।

ତବେେ କିଛି ଦିନ ହବେ ପଜେସନ୍‌ ଗ୍ୟାଙ୍ଗର ଆତଙ୍କରେ ଭୟଭୀତ ଏହି ପରିବାର । ପଦ୍ମା ତାଙ୍କ ଝିଅ ସହ ଏଠାରେ ରହୁଥିବା ବେଳେ ଅଶୋକଙ୍କ ଟୁରିଂ ଜବ୍‌। ପୁଅ ଅନିମେଷ ମାଲକାନଗିରିରେ ଚାକିରି କରନ୍ତି । ଘରର ପ୍ରାୟ ଏକ ଏକର ଜମିରେ ପାଚରେୀ ରହିଥିଲା । ହେଲେ ମାଫିଆମାନେ ନାଲି ଆଖି ଦଖୋଇ ପାଚେରୀ ଭାଙ୍ଗି ସଠୋରେ ଭୋଜି ଭାତ କରିଥିଲେ। ମାତାଲ୍ ହୋଇ ଡରାଇଥିଲେ ପରିବାର ଲୋକଙ୍କୁ ।

ସେମାନେ ଏଭଳି ଭାବେ ଅନେକ ଧମକ ଚମକ ମଧ୍ୟ ଦେଇଛନ୍ତି । କହିଛନ୍ତି ଆମେ ବହୁତ ପାଓ୍ୱାରଫୁଲ ଲୋକଙ୍କ ପାଖ ଲୋକ । ଏଠାରୁ ହଟି ଯାଅ ନ ହେଲେ ଜୀବନରୁ ମାରିଦେବୁ । ତେବେ ସବୁଠାରୁ ବଡ କଥା ହେଲାକି ଏବେ ଏହି ଗ୍ୟାଙ୍ଗର ତିନି ଜଣଙ୍କୁ ପୋଲିସ୍‌ ଗିରଫ କରିଛି । ତଥାପି ଏକ ଅଜଣା ଭୟ ମନରେ ରହୁଥିବା କଥା କହିଛନ୍ତି ପରିବାର ଲୋକ ।

Related Articles

Leave a Reply

Your email address will not be published. Required fields are marked *

Back to top button