ରାଜ୍ୟ
ଜୁଏଲାରୀ ଦୋକାନରୁ ଡକାୟତି ଉଦ୍ୟମ ବିଫଳ, ସିସିଟିଭି ଫୁଟେଜ ଆଧାରରେ ରାଉରକେଲା ପୋଲିସର ତଦନ୍ତ ଆରମ୍ଭ

ରାଉରକେଲା : ରାଉରକେଲାରେ ସହରରେ ଜୁଏଲାରୀ ଦୋକାନରୁ ଡକାୟତି ଉଦ୍ୟମ ବିଫଳ । ଉଦିତ ନଗର ଥାନା ଅଞ୍ଚଳରେ ଥିବା ରାଧିକା ଜୁଏଲାରୀରେ ଗତକାଲି ରାତିରେ ଡକାୟତମାନେ ପଶିଥିଲେ । ବନ୍ଧୁକ ଦେଖାଇ ଜୁଏଲାରୀରେ ଥିବା ଗ୍ରାହକ ଏବଂ କର୍ମଚାରୀ ଙ୍କୁ ଭୟଭୀତ କରାଇଥିଲେ। ଜଣେ କର୍ମଚାରୀଙ୍କ ନିକଟରେ ଥିବା ଏକ ମୋବାଇଲ ଫୋନ ଓ ୯ଗ୍ରାମ ସୁନା ନେଇ ଯାଇଥିଲେ।
କୌଶଳକ୍ରମେ ଜୁଏଲାରୀ ମାଲିକ ଦୋକାନ ବାହାରକୁ ଆସି ଜୋରରେ ପାଟି କରିବାରୁ ଘଟଣାସ୍ଥଳରେ ଏକ ମୋଟର ସାଇକେଲ ଛାଡି ଡକାୟତମାନେ ଫେରାର ହୋଇଯାଇଥିଲେ। ଦୋକାନ ଓ ବାହାରର ସିସିଟିଭି କ୍ୟାମେରା ଫୁଟେଜକୁ ଆଧାର କରି ତଦନ୍ତ ଆରମ୍ଭ କରିଛି ରାଉରକେଲା ପୋଲିସ୍ । ଏଥିରେ ଆନ୍ତଃ ରାଜ୍ୟ ଡକାୟତଙ୍କ ସମ୍ପୃକ୍ତି ଥିବା ସନ୍ଦେହରେ ଡିଆଇଜିଙ୍କ ନିର୍ଦ୍ଦେଶରେ ଏକ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇ ତଦନ୍ତ ଆରମ୍ଭ କରିଛି ରାଉରକେଲା ପୋଲିସ୍ ।




