ରାଜ୍ୟ

‘ସମ୍‌’ରେ ଭାରତୀୟ ସ୍ପାଇନ୍‌ ସର୍ଜନ ଆସୋସିଏସନ୍‌ ପ୍ରଶିକ୍ଷଣ, ମେରୁଦଣ୍ଡ ଅସ୍ତ୍ରୋପଚାର ୯୫% ସୁରକ୍ଷିତ

ଭୁବନେଶ୍ୱର,୧୦/୦୯: ଚିକିତ୍ସା ଓ ଅସ୍ତ୍ରୋପଚାର କ୍ଷେତ୍ରରେ ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳ, ଅସ୍ତ୍ରୋପଚାର ପଦ୍ଧତି, ପ୍ରଶିକ୍ଷଣ ଯୋଗୁଁ ମେରୁଦଣ୍ଡ ଅସ୍ତ୍ରୋପଚାର ସଫଳ ହୋଇପାରୁଛି । ମେରୁଦଣ୍ଡ ଅସ୍ତ୍ରୋପଚାର ୯୫% ସୁରକ୍ଷିତ ବୋଲି ନୂଆଦିଲ୍ଲୀସ୍ଥିତ ସାର୍ ଗଙ୍ଗାରାମ ହସ୍ପିଟାଲ୍ ସ୍ପାଇନ୍ ସର୍ଜରୀ ବିଭାଗ ମୁଖ୍ୟ ପ୍ରଫେସର ଡା.

ଶଙ୍କର ଆଚାର୍ଯ୍ୟ କହିଛନ୍ତି ।

ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ ଆଣ୍ଡ ସମ୍ ହସ୍ପିଟାଲ୍ରେ ଆସୋସିଏସନ୍ ଅଫ୍ ସ୍ପାଇନ୍ ସର୍ଜନ୍ସ ଅଫ୍ ଇଣ୍ଡିଆ (ଏଏସ୍ଏସ୍ଆଇ) ପକ୍ଷରୁ ଆୟୋଜିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଫେସର ଆଚାର୍ଯ୍ୟ କହିଛନ୍ତି, ମେରୁଦଣ୍ଡ ଅସ୍ତ୍ରୋପଚାରକୁ ନେଇ ଆଦୌ ଭୟ କରନ୍ତୁନାହିଁ । ଏହି ଅସ୍ତ୍ରୋପଚାର ବେଶ ଫଳପ୍ରଦ ଓ ସୁରକ୍ଷିତ । ବର୍ତ୍ତମାନ ଯୁବକଙ୍କଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତଙ୍କଠାରେ ମେରୁଦଣ୍ଡ ଜନିତ ସମସ୍ୟା ଦେଖାଦେଉଛି ।

ଜୀବନଶୈଳୀରେ ପରିବର୍ତ୍ତନ, ଖାଦ୍ୟ ଗ୍ରହଣ କରିବାରେ ଅନିୟମିତତା ଓ ଶାରୀରିକ ବ୍ୟାୟାମରେ ଅବହେଳାରୁ ମେରୁଦଣ୍ଡ ଜନିତ ସମସ୍ୟା ଦେଖାଦେଉଛି । ପୁଷ୍ଟିହୀନତା ଓ ମଧୁମେହ ଜନିତ ସମସ୍ୟା ମଧ୍ୟ ମେରୁଦଣ୍ଡରେ ସଂକ୍ରମଣର ଅନ୍ୟ ଏକ ପ୍ରମୁଖ କାରଣ । ମେରୁଦଣ୍ଡରେ ଦୁର୍ଘଟଣାଜନିତ ଆଘାତ କଷ୍ଟକର ପରିସ୍ଥିତି ସୃଷ୍ଟି କରୁଛି । ରାସ୍ତା ଦୁର୍ଘଟଣାର ଶିକାର ପରେ ଅନେକ କ୍ଷେତ୍ରରେ ମେରୁଦଣ୍ଡରେ ଆଘାତ ସମସ୍ୟାର କାରଣ ହେଉଛି । ବିଶେଷ ଭାବରେ ଯୁବପିଢ଼ିଙ୍କ ନିକଟରେ ଏହି ବିପଦ ବେଶି ଦେଖାଦେଉଛି । ବେପରୁଆ ଗାଡ଼ି ଚାଳନା ଏହାର ମୁଖ୍ୟ କାରଣ ପାଲଟିଛି । ସେପ୍ଟେମ୍ବର ପ୍ରଥମ ସପ୍ତାହକୁ ମେରୁଦଣ୍ଡ ଆଘାତ ନିରାକରଣ ସପ୍ତାହ ଭାବେ ପାଳନ କରାଯାଉଛି ବୋଲି ପ୍ରଫେସର ଆଚାର୍ଯ୍ୟ କହିଛନ୍ତି ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button