ରାଜ୍ୟ

ହସ୍ପିଟାଲରେ ଅବ୍ୟବସ୍ଥା ନେଲା ରୋଗୀଙ୍କ ଜୀବନ, କେବୁଲ ତାରରେ ଛନ୍ଦି ହୋଇ ଚାଲିଗଲା ବ୍ୟକ୍ତିଙ୍କ ପ୍ରାଣ

ନୀଳଗିରି ୧୦/୦୯: ହସ୍ପିଟାଲରେ ଅଭାବନୀୟ ଘଟଣା। କେବୁଲ ତାରରେ ଛନ୍ଦି ହୋଇ ରୋଗୀଙ୍କ ମୃତ୍ୟୁ। ଏଭଳି କିଛି ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ନୀଳଗିରି ଉପଖଣ୍ଡ ହସ୍ପିଟାଲରେ।

ସୂଚନା ଅନୁଯାୟୀ, ମୃତକ ହେଲେ ଆମ୍ବଝର ଅଞ୍ଚଳର କରଣ ସିଂ। ସେ ଅସୁସ୍ଥ ହୋଇ ନୀଳଗିରି ଉପଖଣ୍ଡ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ମଙ୍ଗଳବାର ସକାଳୁ ତଳକୁ ଆସି ଦାନ୍ତ ଘଷୁଥିଲେ ।

ଏହି ସମୟରେ ସେ ଶୌଚ ହେବାକୁ ପାଇଖାନା ଯିବାବେଳେ କେବୁଲ ତାରରେ ଛନ୍ଦି ହୋଇ ତଳେ କଚାଡି ହୋଇ ପଡିଥିଲେ। ଯାହାଫଳରେ ସେହିଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ତେବେ ହସ୍ପିଟାଲ ଚାରିପାଖେ ଅବ୍ୟବସ୍ଥା ଓ ମୁକୁଳା କେବୁଲ ଦୀର୍ଘଦିନ ଧରି ପଡିଥିବା ବେଳେ ଜଣେ ରୋଗୀଙ୍କ ଜୀବନ ଯାଇଥିବା ନେଇ ଅସନ୍ତୋଷ ଦେଖାଦେଇଛି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button