ରାଜ୍ୟ

୧୦ ବର୍ଷରେ ୨୫ ବାଘ ଓ ୪୧ ହାତୀଙ୍କୁ ହତ୍ୟା କରିଛନ୍ତି ଶିକାରୀ- ଜଙ୍ଗଲ ଓ ପରିବେଶ ମନ୍ତ୍ରୀ

ଭୁବନେଶ୍ୱର ୧୦।୦୯ : ଜଙ୍ଗଲରେ ବଢୁଛି ଶିକାରୀଙ୍କ ଦୌରାତ୍ମ୍ୟ। ବାଘ ଓ ହାତୀଙ୍କ ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା। ଜଙ୍ଗଲରେ ସୁରକ୍ଷିତ ନୁହଁନ୍ତି ବାଘ ଓ ହାତୀ। ବନ ବିଭାଗ ଅଧିକାରୀଙ୍କ ଆଖିରେ ଆଙ୍ଗୁଳି ଗେଞ୍ଜି ଜଙ୍ଗଲରେ ହାତୀ ଓ ବାଘ ଶିକାର କରୁଛନ୍ତି ଶିକାରୀ। ବିଗତ ୧୦ ବର୍ଷରେ ୨୫ ବାଘ ଓ ୪୧ ହାତୀଙ୍କୁ ହତ୍ୟା କରିଛନ୍ତି ଶିକାରୀ।

ବିଧାନସଭାରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନରେ ଲିଖିତ ଉତ୍ତର ରଖିଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ୧୦ ବର୍ଷ ମଧ୍ୟରେ ୪୮ଟି କଲରାପତରିଆ ଏବଂ ୭ଟି ମହାବଳ ବାଘଙ୍କର ମୃତ୍ୟୁ ହୋଇଛି। ଏଥି ମଧ୍ୟରୁ ୨୫ଟି ବାଘକୁ ଶିକାରୀମାନେ ହତ୍ୟା କରିଛନ୍ତି। ସେହିପରି ବିଦ୍ୟୁତ ଆଘାତରେ ୪ଟି, ରେଳ ଦୁର୍ଘଟଣାରେ ୨ଟି, ରାସ୍ତା ଦୁର୍ଘଟଣାରେ ୩ଟି, ନଦୀ ନାଳରେ ବୁଡି ୬ଟି ବାଘଙ୍କର ମୃତ୍ୟୁ ହୋଇଛି।

ସବୁଠୁ ବଡ଼ କଥା ହେଲା ଗତ ୧୦ ବର୍ଷ ମଧ୍ୟରେ ୪୧ଟି ହାତୀଙ୍କୁ ହତ୍ୟା କରାଯାଇଥିବା ବେଳେ ୭୧୯ଟି ହାତୀଙ୍କର ବିଭିନ୍ନ କାରଣ ପାଇଁ ମୃତ୍ୟୁ ହୋଇଛି। ସେହିପରି ୨୦୧୩-୧୪ ରୁ ୨୦୨୩-୨୪ ମଧ୍ୟରେ ହାତୀ ମଣିଷ ଲଢେଇରେ ୧୧୪୫ ଜୀବନ ଯାଇଛି। ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ବିଭାଗୀୟ ମନ୍ତ୍ରୀ।

Related Articles

Leave a Reply

Your email address will not be published. Required fields are marked *

Back to top button