IBN ଓଡ଼ିଶା ବ୍ୟୁରୋ

୫% ନୂଆ ଦୁଇଚକିଆ, ୨% କାର୍‌ ଇଭି

ନୂଆଦିଲ୍ଲୀ: ଦେଶରେ ଇଲେକ୍ଟ୍ରିକ୍ ଯାନ (ଇଭି) ଗ୍ରହଣୀୟତା ବଢ଼ିବାରେ ଲାଗିଛି। ବାହନ ପୋର୍ଟାଲ ତଥ୍ୟ ଅନୁସାରେ ଚଳିତ ବର୍ଷ ବିକ୍ରି ହୋଇଥିବା ୫୩.୬୧ ପ୍ରତିଶତ ତିନିଚକିଆ, ୫ ପ୍ରତିଶତ ଦୁଇଚକିଆ ଓ ୨ ପ୍ରତିଶତ କାର୍ ହେଉଛି ଇଭି। ଦୁଇଚକିଆ ଏକ ବହୁତ ବଡ଼ ବଜାର ହୋଇଥିବାରୁ ସେଥିରେ ଇଭି ଗ୍ରହଣୀୟତା ବୃଦ୍ଧି ପାଇବା ଉତ୍ସାହଜନକ ବିଷୟ ଭାବେ ବିଚାର କରାଯାଉଛି।

କାର୍ ତୁଳନାରେ ଇଲେକ୍ଟ୍ରିକ୍ ବସ୍ର ଗ୍ରହଣୀୟତା ହାର ଅଧିକ ରହିଛି। ମୋଟ ବସ୍ ବିକ୍ରିରେ ଇଲେକ୍ଟ୍ରିକ୍ ବସ୍ର ଭାଗ ୩.୨୦ ପ୍ରତିଶତ ରହିଛି। ସହରରେ ପ୍ରଦୂଷଣ ହ୍ରାସ କରିବା ଏବଂ ସ୍ବଚ୍ଛ ଇନ୍ଧନ ଚଳାଚଳକୁ ପ୍ରୋତ୍ସାହିତ କରିବା ଲାଗି ସ୍ଥାୟୀ ଗମନାଗମନ ସମାଧାନକୁ କିଭଳି ଗୁରୁତ୍ବ ଦିଆଯାଉଛି, ତାହାର ଏହା ହେଉଛି ଏକ ପ୍ରମାଣ।

ବାହନ ତଥ୍ୟ ଅନୁସାରେ ଇଲେକ୍ଟ୍ରିକ୍ ଯାନ ଗ୍ରହଣୀୟତାରେ ଗୋଆ ସବୁଠୁ ଆଗରେ ରହିଛି। ସେଠାରେ ବିକ୍ରି ହେଉଥିବା ୧୪.୨୦ ପ୍ରତିଶତ ଗାଡ଼ି ଇଭି ହୋଇଥିବା ବେଳେ ଦ୍ବିତୀୟ ସ୍ଥାନରେ ତ୍ରିପୁରା ଓ ତୃତୀୟରେ ଚଣ୍ଡିଗଡ଼ ରହିଛି। ଦିଲ୍ଲୀରେ ଇଭି ସାନ୍ଧ୍ରତା ୧୦.୭୨ ପ୍ରତିଶତ ରହିଛି। ହିମାଚଳପ୍ରଦେଶରେ ଇଭି ଗ୍ରହଣୀୟତା ସର୍ବନିମ୍ନ ୧.୦୯ ପ୍ରତିଶତ ରହିଛି। ବିଭିନ୍ନ ବର୍ଗରେ ବିକ୍ରି ହୋଇଥିବା ଇଭିଗୁଡ଼ିକୁ ବିଚାରକୁ ନେବା ପରେ ଜଣାପଡ଼ିଛି ଯେ ମୋଟ ବିକ୍ରିରେ ଦୁଇଚକିଆ ଯାନର ଭାଗ ପ୍ରାୟ ୫୧ ପ୍ରତିଶତ ରହିଛି। ଅର୍ଥାତ ଦେଶରେ ଯେତିକି ଇଭି ବିକ୍ରି ହେଉଛି ତାହାର ପ୍ରାୟ ଅଧା ହେଉଛି ସ୍କୁଟର କିମ୍ବା ବାଇକ୍।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button