IBN ଓଡ଼ିଶା ବ୍ୟୁରୋ

‘ହାଲ୍‌’ ସୁନାବେଡ଼ା ସହ ୨୬ ହଜାର କୋଟିର ଚୁକ୍ତି: ତିଆରି ହେବ ୨୪୦ ବିମାନ ଇଞ୍ଜିନ

ନୂଆଦିଲ୍ଲୀ: ସୁ-୩୦ ଏମ୍କେଆଇ ବିମାନ ଲାଗି ଇଞ୍ଜିନ ତିଆରି କରିବାର ବରାଦ ହିନ୍ଦୁସ୍ତାନ ଏରୋନୌଟିକ୍ ଲିମିଟେଡ୍ (ହାଲ୍)ର କୋରାପୁଟର ସୁନାବେଡ଼ା କାରଖାନାକୁ ପ୍ରଦାନ କରାଯାଇଛି। ୨୪୦ଟି ବିମାନ ଇଞ୍ଜିନ ତିଆରି କରିବା ଲାଗି ପ୍ରତିରକ୍ଷା ମନ୍ତ୍ରଣାଳୟ ଓ ହାଲ୍ ମଧ୍ୟରେ ଏକ ଚୁକ୍ତି ସ୍ବାକ୍ଷର ହୋଇଛି। ହାଲ୍କୁ ଏଥିପାଇଁ ୨୬,୦୦୦ କୋଟି ଟଙ୍କାର ବରାଦ ଦିଆଯାଇଛି।

ହାଲ୍ର କୋରାପୁଟ କାରଖାନା ବର୍ଷକୁ ୩୦ଟି ଲେଖାଏଁ ବିମାନ ଇଞ୍ଜିନ ଯୋଗାଇବ। ଆସନ୍ତା ୮ ବର୍ଷ ମଧ୍ୟରେ ଏହା ସମସ୍ତ ୨୪୦ଟି ଇଞ୍ଜିନ ପ୍ରଦାନ କରିବ ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଏହି ଇଞ୍ଜିନଗୁଡ଼ିକ ଭାରତୀୟ ବାୟୁ ସେନାର ଦକ୍ଷତା ବୃଦ୍ଧିରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବ। ବିମାନ ଇଞ୍ଜିନଗୁଡ଼ିକୁ ନିର୍ମାଣ କରିବା ଲାଗି ଏମ୍ଏସ୍ଏମ୍ଇ, ସରକାରୀ ଓ ଘରୋଇ ସଂସ୍ଥାର ସହଯୋଗ ନେବ ହାଲ୍। ସେଥିରେ ୬୩ ପ୍ରତିଶତ ପର୍ଯ୍ୟନ୍ତ ସ୍ଥାନୀୟ କଞ୍ଚାମାଲ ବ୍ୟବହାର କରିବା ଉପରେ ଏହା ଧ୍ୟାନ ଦେବ। ଅଧିକ ସ୍ଥାନୀୟ ଜିନିଷ ଲାଗିଲେ ଇଞ୍ଜିନ ମରାମତି ଓ ରକ୍ଷଣାବେକ୍ଷଣ ଦେଶ ଭିତରେ ସହଜରେ ହୋଇପାରିବ। ସୁ୩୦-ଏମ୍କେଆଇ ଲାଗି ୨୪୦ ଇଞ୍ଜିନ ତିଆରି କରିବା ସମ୍ପର୍କିତ ପ୍ରସ୍ତାବକୁ ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ କମିଟି ବୈଠକରେ ମଞ୍ଜୁରି ପ୍ରଦାନ କରାଯାଇଥିଲା।

ibn-odisha

Related Articles

Leave a Reply

Your email address will not be published. Required fields are marked *

Check Also
Close
Back to top button