ଦେଶ

ଭାରତୀୟ କୁସ୍ତି ମହାସଂଘ ନିର୍ବାଚନ ଉପରେ ରୋକ୍ ଲଗାଇଲେ ଚଣ୍ଡିଗଡ଼ ହାଇକୋର୍ଟ – Ibnodisha

[ad_1]

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫ୍ଆଇ)ର ସଭାପତି ପଦ ପାଇଁ ହେବାକୁ ଥିବା ନିର୍ବାଚନ ଉପରେ ରୋକ୍ ଲଗାଇଛନ୍ତି ଚଣ୍ଡିଗଡ଼ ହାଇକୋର୍ଟ । ଏହି ନିର୍ବାଚନ ପାଇଁ ଶନିବାର ଅର୍ଥାତ ଅଗଷ୍ଟ ୧୨ରେ ମତଦାନ ହେବାର ଥିଲା । ୨୦୧୦ ରାଜ୍ୟଗୋଷ୍ଠୀ କ୍ରୀଡ଼ା ବିଜେତା ଅନିତା ଶିଓରାନ ଏବଂ ସଞ୍ଜୟ ସିଂହ ଡବ୍ଲ୍ୟୁଏଫଆଇ ମୁଖ୍ୟ ପଦ ପାଇଁ ଦୌଡ଼ରେ ଅଛନ୍ତି।

କିଛି ମାସ ତଳେ କୁସ୍ତିଯୋଦ୍ଧା ଭିନେଶ ଫୋଗାଟ, ସାକ୍ଷୀ ମଲିକ ଏବଂ ବଜରଙ୍ଗ ପୁନିଆଙ୍କ ସମେତ ଅନେକ କ୍ରୀଡ଼ାବିତ୍ ବିଦାୟୀ ଡବ୍ଲୁଏଫଆଇ ମୁଖ୍ୟ ତଥା ବିଜେପି ସାଂସଦ ବ୍ରିଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି ସମୟରେ ସିଂହ ମହିଳା କୁସ୍ତିଯୋଦ୍ଧାମାନଙ୍କୁ ଯୌନ ନିର୍ଯାତନା ଦେଇଥିବା ସେମାନେ ଅଭିଯୋଗ କରିଥିଲେ। ବିକ୍ଷୋଭକାରୀ କୁସ୍ତିଯୋଦ୍ଧାମାନେ କ୍ରମାଗତ ଭାବରେ ସିଂହଙ୍କୁ ଡବ୍ଲୁଏଫଆଇ ମୁଖ୍ୟ ପଦରୁ ହଟାଇବାକୁ ଦାବି କରୁଥିଲେ।

ସଭାପତି ଦୌଡ଼ରେ ଥିବା ସଂଜୟ ସିଂ ବିଦାୟୀ ସଭାପତି ବ୍ରିଜ ଭୂଷଣଙ୍କ ଘନିଷ୍ଠ ହୋଇଥିବାରୁ ତାହାକୁ ଆନ୍ଦୋଳନକାରୀ କୁସ୍ତିଯୋଦ୍ଧାମାନେ ବିରୋଧ କରୁଛନ୍ତି ।

ସେପଟେ ଭିନେଶ ଫୋଗାଟ, ସାକ୍ଷୀ ମଲିକ ଏବଂ ବଜରଙ୍ଗ ପୁନିଆ ଏ ପ୍ରସଙ୍ଗରେ ଖେଳ ମନ୍ତ୍ରୀ ଅନୁରାଗ ଠାକୁରଙ୍କୁ ଭେଟିଥିଲେ । ଏହା ସହିତ ସେମାନେ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ସାକ୍ଷାତ କରିବାକୁ ସମୟ ମାଗିଛନ୍ତି । ଗୃହମନ୍ତ୍ରୀ ସେମାନଙ୍କୁ ଆଜି ସଂଧ୍ୟାରେ ଭେଟିପାରନ୍ତି ବୋଲି କେତେକ ସୁତ୍ରରୁ ଜଣାପଡିଛି ।

 



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button