ରାଜ୍ୟ

ମୋଦିଙ୍କ ଏକ୍ସରେ ମାତୃଭାଷା ଓଡିଆ, ସେୟାର କଲେ ଓଡିଶା ଗସ୍ତର କିଛି ମୁହୂର୍ତ୍ତ

ଭୁବନେଶ୍ବର: ଆଜି ବହୁ ପ୍ରତିକ୍ଷିତ ସୁଭଦ୍ରା ଯୋଜନା ସମେତ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ପାଇଁ ଓଡିଶା ଆସିଥିଲେ ମୋଦି । ପୂର୍ବ ନିର୍ଦ୍ଧାରିତ ସମୟରେ ଭୁବନେଶ୍ବର ବିମାନମନ୍ଦରରେ ପହଞ୍ଚିବା ପରେ ସେଠାରୁ ଆବାସ ହିତାଧିକାରୀଙ୍କୁ ଗୃହ ପ୍ରବେଶ କରାଇବା ପାଇଁ ସିଧା ଗାଡକଣ ବସ୍ତି ଯାଇଥିଲେ । ସେହିଠାରେ ଜଣେ ଆଦିବାସୀ ବ୍ୟକ୍ତି, ଯିଏକି ଜଣେ ଆବାସ ହିତାଧିକାରୀ, ତାଙ୍କୁ ଆବାସ ଗୃହ ଚାବି ପ୍ରଦାନ କରିବା ସହିତ ତାଙ୍କ ଘରେ କିଛି ସମୟ ବିତାଇଥିଲେ ମୋଦି ।

ଯେଉଁ ସମୟର ଫଟୋ ପ୍ରଧାନମନ୍ତ୍ରୀ ନିଜ ସୋସିଆଲ ମିଡିଆ ଏକ୍ସରେ ସେୟାର କରି ସେ ମୁହୂର୍ତ୍ତକୁ ଓଡିଶାର ମାତୃଭାଷା ଓଡିଆରେ ବର୍ଣ୍ଣନା କରିଛନ୍ତି ।

ଏନେଇ ମୋଦି ଲେଖିଛନ୍ତି, ଭୁବନେଶ୍ୱରରେ ପହଞ୍ଚିବା ପରେ ଅନ୍ତର୍ଯ୍ୟାମୀ ନାୟକ ଓ ଯହଜା ନାୟକଙ୍କ ଘରକୁ ଯାଇଥିଲି। ସେମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ଉପକୃତ ହୋଇଛନ୍ତି ଏବଂ ଗର୍ବିତ ଘର ମାଲିକ ଅଟନ୍ତି । ତାଙ୍କ ନାତି ସୌମ୍ୟଜିତଙ୍କ ସମେତ ସେମାନଙ୍କ ପରିବାରକୁ ଭେଟିଥିଲି। ନାୟକ ପରିବାର ସ୍ୱାଦିଷ୍ଟ ଖିରି ମଧ୍ୟ ପରିବେଷଣ କରିଥିଲେ।

ଭୁବନେଶ୍ୱରରେ ପହଞ୍ଚିବା ପରେ ଅନ୍ତର୍ଯ୍ୟାମୀ ନାୟକ ଓ ଯହଜା ନାୟକଙ୍କ ଘରକୁ ଯାଇଥିଲି। ସେମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ଉପକୃତ ହୋଇଛନ୍ତି ଏବଂ ଗର୍ବିତ ଘର ମାଲିକ ଅଟନ୍ତି । ନାତି ସୌମ୍ୟଜିତଙ୍କ ସମେତ ସେମାନଙ୍କ ପରିବାରକୁ ଭେଟିଥିଲି। ନାୟକ ପରିବାର ମଧ୍ୟ ସ୍ୱାଦିଷ୍ଟ କ୍ଷୀରି ପରିବେଷଣ କରିଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button