IBN ଓଡ଼ିଶା ବ୍ୟୁରୋ

ହ୍ୟାକ୍ ହୋଇଛି କି ବିରାଟଙ୍କ ଆକାଉଣ୍ଟ? ଏଭଳି ପୋଷ୍ଟକୁ ନେଇ ଆରମ୍ଭ ହେଲା ଚର୍ଚ୍ଚା

ନୂଆଦିଲ୍ଲୀ: ଭାରତ ବିଶ୍ବକପ ଜିତିବା ପରେ ଲଣ୍ଡନ ଚାଲିଯାଇଥିଲେ ଭାରତର ଷ୍ଟାର କ୍ରିକେଟର ବିରାଟ କୋହଲି । ଏବେ ବଂଲାଦେଶ ବିପକ୍ଷ ଟେଷ୍ଟ ମ୍ୟାଚ ପାଇଁ ସେ ଭାରତ ଫେରିଥିବା ବେଳେ ତାଙ୍କ ଏକ୍ସ ପୋଷ୍ଟ ଭାଇରାଲ ହେବାରେ ଲାଗିଛି। ଏକ୍ସରେ ସେ ଲଗାତାର ୩ଟି ପୋଷ୍ଟ କରିଥିଲେ ଏବଂ ୩ଟି ପୋଷ୍ଟରେ କେବଳ ୩ଟି ଶବ୍ଦ ଲେଖିଥିଲେ। ତାଙ୍କର ଏଭଳି ପୋଷ୍ଟକୁ ନେଇ ଏବେ କ୍ରିକେଟରଙ୍କ ଆକାଉଣ୍ଟ ହ୍ୟାକ ହୋଇଥିବା ନେଇ ଚର୍ଚ୍ଚା ହେଉଛି।

ତେବେ ଏପର୍ଯ୍ୟନ୍ତ ଏହା ସ୍ପଷ୍ଟ ହୋଇନାହିଁ।

ବିରାଟଙ୍କ ଆକାଉଣ୍ଟରୁ ହୋଇଥିବା ପୋଷ୍ଟରେ ଲେଖାଯାଇଛି, ଦୟା, ବିନମ୍ର ଓ ସମ୍ମାନ। ଏହି ୩ଟି ପୋଷ୍ଟ ପରେ ବିରାଟ ଏକ ଭିଡିଓ ମଧ୍ୟ ପୋଷ୍ଟ କରିଥିବା ଦେଖାଯାଇଛି । ଭିଡିଓରେ ସେ ଏକ ପୋଷାକ ବ୍ରାଣ୍ଡର ବିଜ୍ଞାପନ କରୁଥିବା ଦେଖିବାକୁ ମିଳିଛି। ତେବେ ଏହି ବିଜ୍ଞାପନ ପାଇଁ ବିରାଟ ପୂର୍ବରୁ ସେ ୩ଟି ଶବ୍ଦ ଲେଖି ପୋଷ୍ଟ କରିଥିଲେ ନା ତାଙ୍କ ଆକାଉଣ୍ଟ ହ୍ୟାକ୍ ହୋଇଥିଲା, ତାହା ସ୍ପଷ୍ଟ ହୋଇନାହିଁ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button