ରାଜ୍ୟ

ହଂସପାଳ ଛକରେ ଓଲଟିଲା ଚାଉଳ ବୋଝେଇ ଟ୍ରକ

ଭୁବନେଶ୍ୱର : ୧୬ ନମ୍ବର ଜାତୀୟ ରାଜପଥରେ ଗୁରୁବାର ହଂସପାଳ ଛକ ପୂର୍ବରୁ ଏକ ଚାଉଳ ବୋଝେଇ ଟ୍ରକ ଓଲଟି ପଡି ଦୁର୍ଘଟଣା ଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଟ୍ରକ ଚାଳକ । ସେ ଆହତ ହୋଇଥିବା ବେଳେ ତାଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।   ପଶ୍ଚିମବଙ୍ଗର ରେଜିଷ୍ଟ୍ରେସନ୍‌ ଥିବା ଏହି ଟ୍ରକର ନମ୍ବର ଡବ୍ଲ୍ୟୁ ବି ୧୯ଏମ୦୩୨୭ ।

ଟ୍ରକରେ ପ୍ରାୟ ୮୦୦ ବସ୍ତା ଚାଉଳ ବୋଝେଇ ହୋଇ ରହିଥିଲା । ଟ୍ରକଟି କଟକରୁ ଭୁବନେଶ୍ୱର ଆଡେ ଆସୁଥିବା ବେଳେ ଭାରସାମ୍ୟ ହରାଇ ଓଲଟି ପଡିଛି ।

Related Articles

Leave a Reply

Your email address will not be published. Required fields are marked *

Back to top button