ରାଜ୍ୟ

ଉଚ୍ଛେଦ ବେଳେ ଜୋର୍‌ ଧରିଲା ଥଇଥାନ ଦାବି: ଲୋକଙ୍କ ସହ ଧାରଣାରେ ବସିଲେ ବିଧାୟକ

ଭୁବନେଶ୍ବର: ଆଜି ବିଡିଏ ପକ୍ଷରୁ ନିକୋପାର୍କ ଛକ ଓ ସାଇନ୍ସ ପାର୍କ ମଧ୍ୟରେ ଉଠାଦୋକାନୀଙ୍କ ଦ୍ବାରା ହୋଇଥିବା ଜବରଦଖଲ ଉଚ୍ଛେଦ କରାଯାଇଛି। ଏହି ସମୟରେ ପ୍ରବଳ ଉତ୍ତେଜନା ସୃଷ୍ଟି ହୋଇଥିଲା। ଉଚ୍ଛେଦ ପୂର୍ବରୁ ଉଠାଦୋକାନୀଙ୍କ ଥଇଥାନ ଦାବି କରି ମଧ୍ୟ ଭୁବନେଶ୍ବର ବିଧାୟକ ଅନନ୍ତ ନାରାୟଣ ଜେନା ଜେସିବି ସମ୍ମୁଖରେ ଧାରଣାରେ ବସିବାରୁ କିଛି ସମୟ ପାଇଁ ଭଙ୍ଗାରୁଜା ବନ୍ଦ ରହିଥିଲା। ପରେ ବିଡିଏ କର୍ତ୍ତୃପକ୍ଷ ଉଠାଦୋକାନୀଙ୍କୁ ଥଇଥାନ କରିବ ବୋଲି ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା ଏବଂ ଉଚ୍ଛେଦ ପ୍ରକ୍ରିୟା ସ୍ବାଭାବିକ ହୋଇଥିଲା। ୨ଟି ହୋଟେଲ, ୧୦ଟି ଟିଣ ଛପର ଦୋକାନଘର, ଗୋଟିଏ ଲୁହା କ୍ୟାବିନ୍‌ ଓ ଗୋଟିଏ ଫାଷ୍ଟଫୁଡ୍‌ ‌ଷ୍ଟଲ୍‌ ଉଚ୍ଛେଦ କରାଯାଇଥିଲା। ସୂଚନା ମୁତାବକ ଏଠାରେ ଥିବା ଏକ ହୋଟେ‌ଲ୍‌ରେ ଜଣେ ମହିଳା ନିଶା କାରବାର କରୁଥିବା ଅଭିଯୋଗ ହୋଇଆସୁଥିଲା। ପୂର୍ବରୁ ମଧ୍ୟ ବିଏମ୍‌ସି ଓ ବିଡିଏ ଏହାକୁ ଉଚ୍ଛେଦ କରିବାରେ ବିଫଳ ହୋଇଥିଲା। ଆଜି ସ୍କ୍ବାଡ୍‌ ବୁଲ୍‌ଡୋଜର୍‌ ନେଇ ପହଞ୍ଚିବା ସମୟରେ ୩୦ରୁ ଅଧିକ ମହିଳା ଧାରଣାରେ ବସିଯାଇଥିଲେ। ଖବର ପାଇ ବିଧାୟକ ଶ୍ରୀ ଜେନା ସେଠାରେ ପହଞ୍ଚିଥିଲେ। ତେଣୁ ୨ଘଣ୍ଟା ବିଳମ୍ବରେ ପୁଣି ଉଚ୍ଛେଦ ପ୍ରକ୍ରିୟା ଚାଲିଥିଲା।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button