IBN ଓଡ଼ିଶା ବ୍ୟୁରୋ

ସୁନା ଠାରୁ ବି ଅଧିକ ମହଙ୍ଗା ଅଟେ ଏହି ଫଳ ର ଚୋପା, ଫାଇଦା ଜାଣିଲେ ଆପଣ ଚମକି ପଡିବେ –

ସାଧାରଣତଃ ଫଳ ଓ ପନିପରିବା ଚୋପାକୁ ବ୍ୟବହାର କରିବା ପରେ ଫିଙ୍ଗି ଦିଆଯାଏ। ମାତ୍ର ଏହି ପନିପରିବା ଚୋପାରେ ସୌନ୍ଦର୍ଯ୍ୟଚର୍ଯ୍ୟା କରାଯାଇ ଚେହେରାରେ ଚମକ ଅଣାଯାଇ ପାରିବ।

ନିମ୍ନରେ ଦିଆଯାଇଥିବା ଫଳ ଏବଂ ପନିପରିବା ଚୋପାର ବ୍ୟବହାର କରି ଆପଣ ମଧ୍ୟ ଅନେକ ଫାଇଦା ପାଇପାରିବେ।

୧) ଅମୃତଭଣ୍ଡା ଚୋପା: ଅମୃତଭଣ୍ଡା ଚୋପାରେ ପ୍ରଚୁର ପରିମାଣର ଭିଟାମିନ୍‌-ଏ ଥାଏ। ଯାହା ତ୍ବଚା ଲାଗି ବହୁତ ଲାଭଦାୟକ। ଏହି ଚୋପାରୁ ମିଳୁଥିବା ପୋଷକତତ୍ତ୍ବ ତ୍ବଚାକୁ ପୋଷଣ ପ୍ରଦାନ କରେ। ଏହି ଚୋପାକୁ ଖଣ୍ଡ ଖଣ୍ଡ କାଟି ତ୍ବଚାରେ ମାଲିସ୍‌ କରିବା ଦ୍ବାରା ତ୍ବଚାରେ ଉଜ୍ଜ୍ବଳତା ଫେରିଥାଏ ଓ ଦାଗ ଦୂର ହୋଇଥାଏ।

୨) ଡାଳିମ୍ବ ଚୋପା: ଏହି ଚୋପାରେ ଆଣ୍ଟିଅକ୍ସିଡାଣ୍ଟସ୍‌ ଏବଂ ‘ଭିଟାମିନ୍‌ ସି’ ପ୍ରଚୁର ମାତ୍ରାରେ ରହିଛି। ଡାଳିମ୍ବର ଶୁଖିଲା ଚୋପାକୁ ଗ୍ରାଇଣ୍ଡିଂ କରି ଏଥିରେ ଏକ ଚାମଚ ଲେମ୍ବୁ ରସ, ଏକ ଚାମଚ ମହୁ ଭଲ ଭାବେ ମିଶାନ୍ତୁ। ଏହାର ବ୍ୟବହାର ଚେହେରାକୁ କୋମଳତା ପ୍ରଦାନ କରେ।

୩) ଲେମ୍ବୁ ଚୋପା: ଲେମ୍ବୁ ଚୋପାରେ ପ୍ରଚୁର ପରିମାଣର ଭିଟାମିନ୍‌ ରହିଛି। ଏହାକୁ ଚେହେରାରେ ଲଗାଇବା ଦ୍ବାରା ମୁଖମଣ୍ଡଳରେ ଥିବା ମୃତକୋଷଗୁଡିକ ବାହାରିଯାଏ।

୪) ଆଳୁ ଚୋପା: ଏଥିରେ ଅଳ୍ପ ପରିମାଣର ଏସିଡିଟି ଥିବା ଯୋଗୁଁ ତ୍ବଚାକୁ ସଫା କରିବାରେ ସାହାଯ୍ୟ କରିଥାଏ। ଏହି ଚୋପାକୁ ଗ୍ରାଇଣ୍ଡିଂ କରି ମୁହଁ ଓ ବେକରେ ଲଗାନ୍ତୁ। ପ୍ରାୟ ୨୦ ମିନିଟ୍‌ ପରେ ଥଣ୍ଡା ପାଣିରେ ଧୋଇଦିଅନ୍ତୁ।

୫) କଦଳୀ ଚୋପା: ମୁହଁରେ ଦେଖାଯାଉଥିବା ବ୍ରଣ ସମସ୍ୟାର ସମାଧାନ ଚାହୁଁଥିଲେ, କଦଳୀ ଚୋପାକୁ ନିୟମିତ ତ୍ବଚାରେ ମାଲିସ କରନ୍ତୁ। ଏପରି କରିବା ଦ୍ବାରା ଚେହେରାରୁ ମୃତକୋଷ ଦୂର ହୋଇଥାଏ। ଚେହେରାରେ ଅଧିକ ଚମକ ଫେରିଥାଏ।

୬) କମଳା ଚୋପା: ଏଥିରେ ଭିଟାମିନ୍‌-ସି’ ପ୍ରଚୁର ପରିମାଣର ରହିଛି। କମଳା ଚୋପାକୁ ଶୁଖାଇ ରଖି ଏହାକୁ ପାଉଡର ବନାନ୍ତୁ। ଏହି ପେଷ୍ଟ ମୁହଁରେ ଲଗାନ୍ତୁ। ଏହି ପେଷ୍ଟ ବ୍ୟବହାର କରିବା ଦ୍ବାରା ମୃତକୋଷ ଦୂର ହୋଇଥାଏ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Related Articles

Leave a Reply

Your email address will not be published. Required fields are marked *

Back to top button