ମନୋରଞ୍ଜନ

୬ ବର୍ଷ ପରେ ପୁଣି ଇଶାନ-ଜାହ୍ନବୀ ଏକାଠି,ପରଦାରେ ଦେଖିବାକୁ ମିଳିବ ଦମ୍‌ଦାର କେମେଷ୍ଟ୍ରି

ମୁମ୍ଵାଇ ୨୩।୦୯: ବଲିଉଡ୍ ଅଭିନେତ୍ରୀ ଜାହ୍ନବୀ କପୁର ତାଙ୍କର ତେଲଗୁ ଡେବ୍ୟୁ ‘ଦେବରା ପାର୍ଟ-୧’ ଲାଗି ସଜବାଜ ହେଉଛନ୍ତି । ଫିଲ୍ମଟି ଆସନ୍ତା ୨୭ ତାରିଖରେ ରିଲିଜ୍ ହେବ । ସେଥିରେ ତାଙ୍କ ସହିତ ଜୁନିଅର ଏନ୍ଟିଆର୍, ସୈଫ୍ ଅଲ୍ଲୀ ଖାନ୍ ଓ ପ୍ରକାଶ ରାଜ ପ୍ରମୁଖ ନଜର ଆସିବେ । ‘ଦେବରା ପାର୍ଟ-୧’ ବ୍ୟତୀତ ଜାହ୍ନବୀ ଇଶାନ୍ ଖଟ୍ଟରଙ୍କ ଆଗାମୀ ଫିଲ୍ମରେ ଏକ କ୍ଷୁଦ୍ର ଭୂମିକାରେ ନଜର ଆସିବେ ବୋଲି ଖବର ସାମ୍ନାକୁ ଆସିଛି ।

ସେହି ଫିଲ୍ମକୁ ନୀରଜ ଘେୱାନ୍ ନିର୍ଦ୍ଦେଶନା ଦେବେ । ରିପୋର୍ଟ ଅନୁସାରେ, ଜାହ୍ନବୀ ଏହି ଭୂମିକା ଲାଗି ସେତେ ଉତ୍ସାହିତ ନଥିଲେ ।

ତେବେ ପ୍ରଯୋଜନ କରନ୍ ଜୋହର ଓ ନୀରଜ ଘେୱାନ୍ ତାଙ୍କୁ ଅଫର୍ ଦେବା ପରେ ଉଭୟଙ୍କ ପ୍ରତି ଥିବା ସମ୍ମାନ ବଶତଃ ସେ ଅଫର୍କୁ ଗ୍ରହଣ କରିଛନ୍ତି । ଜାହ୍ନବୀ ତାଙ୍କର ବ୍ୟସ୍ତବହୁଳ ସିଡ୍ୟୁଲ ମଧ୍ୟରୁ ୧୦ ଦିନ ବାହାର କରି ସେଥିଲାଗି ସୁଟିଂ କରିବେ ବୋଲି ଜଣାପଡି଼ଛି । ଫିଲ୍ମଟି ଆସନ୍ତାବର୍ଷ ଶେଷ ଆଡ଼କୁ ମୁକ୍ତିଲାଭ କରିପାରେ । ଇଶାନ୍ଙ୍କ ବ୍ୟତୀତ ସେଥିରେ ଆଉ ଜଣେ ଅଭିନେତାଙ୍କୁ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିବ ।

ସେଥିଲାଗି ଜଣେ ନବାଗତଙ୍କ ସହିତ ଆଲୋଚନା ଚାଲିଛି । ୱାର୍କଫ୍ରଣ୍ଟ କଥା କହିବାକୁ ଗଲେ ଜାହ୍ନବୀଙ୍କୁ ଆଗକୁ ‘ସନି ସଂସ୍କାରୀ କୀ ତୁଲସୀ କୁମାରୀ’ରେ ମଧ୍ୟ ଦେଖିବାକୁ ମିଳିବ । ସେଥିରେ ତାଙ୍କ ସହିତ ଅଭିନେତା ବରୁଣ ଧୱନ ନଜର ଆସିବେ । ଶଶାଙ୍କ ଖୈତାନ୍ ଫିଲ୍ମର ନିର୍ଦ୍ଦେଶନାରେ ଅଛନ୍ତ।

Related Articles

Leave a Reply

Your email address will not be published. Required fields are marked *

Back to top button