IBN ଓଡ଼ିଶା ବ୍ୟୁରୋ

ସ୍ୱାମୀ ସ୍ତ୍ରୀ ଝଗଡ଼ା ଏବଂ ବାସ୍ତୁ ଦୋଷକୁ ଦୂର କରିବା ପାଇଁ ଏହି ଉପାୟ ହେବ ବେଶ ଲାଭଦାୟକ

ପ୍ରେମ ବିବାହ ହେଉ କିମ୍ବା ପାରିବାରିକ ସହମତି ରେ ବିବାହ ହେଉ ସ୍ୱାମୀ ସ୍ତ୍ରୀ ମଧ୍ୟରେ ବିବାହ ପରେ ନିଶ୍ଚିତ ଭାବରେ ଛୋଟ ଛୋଟ କଥାକୁ ନେଇ ଝଗଡ଼ା ହୋଇଥାଏ । ଯାହାଦ୍ୱାରା ତାହା ଅଧିକ ହେଲେ ଘରେ ପାରିବାରିକ ଅନ୍ୟ ସମସ୍ୟା ଦେଖା ଦେଇଥାଏ । ସବୁବେଳେ ଅଶାନ୍ତି ଲାଗି ରହିଥାଏ । ତେଣୁ ସ୍ୱାମୀ ସ୍ତ୍ରୀ ଯଦି କାହାକୁ ବି କେତେବେଳେ ଚିଡି ଚିଡା ଲାଗୁଥାଏ ତେବେ ଗୋଡ଼କୁ ଦିନରେ ପାଞ୍ଚ ଥର ଧୋଇଲେ ତାହା କମ ହୋଇଯାଏ ।

୨ . ସର୍ପ ଦଂଶନ :-

କୌଣସି ବ୍ୟକ୍ତିକୁ ସର୍ପ ଦଂଶନ କରିଲେ ତାହାର ଏକ ପ୍ରାଥମିକ ଚିକିତ୍ସା ରହିଛି । ତେବେ ସେହି ଅନୁଯାୟୀ ଯଦି ଆପଣ ସର୍ପ ଦଂଶନ କରିଥିବା ବ୍ୟକ୍ତିକୁ ୧୨ ବର୍ଷରୁ ଅଧିକ ପୁରୁଷର ପରିସ୍ରା ପିଆଇ ଦିଅନ୍ତି ତେବେ ବିଷ ର ପ୍ରଭାବ ଧୀରେ ଧୀରେ କମ ହୋଇଯାଏ ।

୩ . ହାତ ପାପୁଲି କୁଣ୍ଡେଇ ହେବା :-

ସାଧରଣତଃ ହାତ ପାପୁଲି କୁଣ୍ଡେଇ ହେଲେ ତାହା ଅନେକ ଦିଗରେ ସୂଚନା ଦେଇଥାଏ । ଯଦି ପୁରୁଷ ଲୋକର ଡାହାଣ ହାତ ପାପୁଲି କୁଣ୍ଡେଇ ହୁଏ ତେବେ ତାହା ଶୁଭ ହେବା ସହିତ ନାରୀ ର ବାମ ହାତ ପାପୁଲି କୁଣ୍ଡେଇ ହେଲେ ତାହା ଶୁଭ ଫଳ ଦେଇଥାଏ । ସେହିପରି ପୁରୁଷ ଙ୍କର କାନରେ କେଶ ବଢ଼ିଲେ ତାହା ଶୁଭ ହୋଇଥାଏ ।

୪ . ଘରେ ମହାଭାରତ ଯୁଦ୍ଧ କିମ୍ବା ସେହି ସମ୍ବନ୍ଧିତ ଯଦି ଅନ୍ୟ ଫୋଟ ରଖୁଛନ୍ତି ତେବେ ତାହା କେବଳ ଠାକୁର ଘରେ ହିଁ ରଖନ୍ତୁ । ଯଦି ଅନ୍ୟ ରୁମ ରେ କିମ୍ବା ଘରର ଅନ୍ୟ ସ୍ଥାନରେ ଏହା ରଖନ୍ତି ତେବେ ତାହା ପାରିବାରିକ କଳହର କାରଣ ହୋଇଥାଏ ।

୫ . ଶାସ୍ତ୍ର ଅନୁସାରେ ଯଦି ଗାଈଖୁରା ର ଧୂଳି , ଧାନ ଧୂଳି , ଭଣଜା ର ପାଦ ଧୂଳି ଏବଂ ବ୍ରାହ୍ମଣ ର ପାଦ ଧୂଳି ପଡୁଛି ତେବେ ତାହା ଅତ୍ୟନ୍ତ ଶୁଭ ହୋଇଥାଏ । ଅନେକ ଲୋକଙ୍କୁ ଏହି ସମ୍ବନ୍ଧରେ ଜଣା ନଥାଏ । ଯାହାଦ୍ୱାରା ସେମାନେ ଧାନ ଧୂଳି ପଡିଲେ ବିରକ୍ତ ହୋଇଥାନ୍ତି ।

୬ . ଏହି କଥା ପ୍ରତି ନିଶ୍ଚିତ ଭାବରେ ଧ୍ୟାନ ରଖିବେ ଯେ ସୂର୍ଯ୍ୟାସ୍ତ ପରେ କାହାକୁ ବି କ୍ଷୀର , ହଳଦୀ ଏବଂ ଝାଡ଼ୁ ଦିଅନ୍ତୁ ନାହିଁ କାରଣ ଏହା ଅଶୁଭ ସଙ୍କେତ ହୋଇଥାଏ ।

୭ . ଘରର ପ୍ରତ୍ୟେକ ରୁମ ରେ ଧାନ , ମୁଗ , ମାଣ୍ଡିଆ , ଗହମ , ସୋରିଷ , କଳା ରାଶି ଆଦି ଏକ କପଡ଼ା ରେ ବାନ୍ଧି ଥୋଇଲେ ତାହାର ଭଲ ପ୍ରଭାବ ଘର ଉପରେ ପଡ଼ିଥାଏ ଏବଂ ସୁଖ ଶାନ୍ତି ବଜାୟ ରହିଥାଏ ।

୮ . ହିନ୍ଦୁ ଧର୍ମ ଅନୁଯାୟୀ ରଜ ସଂକ୍ରାନ୍ତି ଦିନ ଘରର ମୁଖ୍ୟ ଦ୍ୱାରରେ ହଳଦୀ ଚିତା ଆଙ୍କିବା ଉଚିତ ଏବଂ ଆପଣ ଚାହିଁଲେ ଲାଲ ଚିତା ମଧ୍ୟ ଆଙ୍କି ପାରିବେ । ଏହାଦ୍ବାରା ଏକ ବର୍ଷ ପର୍ଯ୍ୟନ୍ତ ଆପଣଙ୍କୁ ଶୁଭ ଫଳ ପ୍ରାପ୍ତ ହେବ ।

୯ . ସାଧରଣତଃ ନିଜର ମଙ୍ଗଳ ଏବଂ ପରିବାରର ମଙ୍ଗଳ ପାଇଁ ମଣିଷ ପ୍ରତି ମଙ୍ଗଳବାର ଦିନ ଭୂଇଁ ରେ ମୁଣ୍ଡ ଲଗାଇ ପ୍ରଣାମ କରିବା ଉଚିତ । ଏହାଦ୍ବାରା ସମସ୍ତଙ୍କ ସ୍ୱାସ୍ଥ୍ୟ ଉପରେ ଭଲ ପ୍ରଭାବ ପଡ଼ିଥାଏ ଏବଂ ରୋଗ ଦୂର ହୋଇଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button