ଚନ୍ଦ୍ରର ପାଖାପାଖି ହେଲା ‘ଚନ୍ଦ୍ରଯାନ-୩’, ମିଶନ ମୁନ୍ ପାଇଁ ବଡ଼ ଦିନ ହେବ ଅଗଷ୍ଟ ୧୬ – Ibnodisha

[ad_1]
ବ୍ୟୁରୋ : ଭାରତୀୟ ମହାକାଶ ଅନୁସନ୍ଧାନ ସଂସ୍ଥା (ଇସ୍ରୋ)ର ମିଶନ ‘ଚନ୍ଦ୍ରଯାନ-୩’ ଚନ୍ଦ୍ରର ଆହୁରି ନିକଟରେ ପହଞ୍ଚିଯାଇଛି। ଉତ୍କ୍ଷେପଣର ଏକ ମାସ ପରେ ସୋମବାର ଚନ୍ଦ୍ରଯାନ-୩ ଚନ୍ଦ୍ରର ଚତୁର୍ଥ କକ୍ଷପଥରେ ପ୍ରବେଶ କରି ୧୫୦ କିଲୋମିଟର ଏକ୍ସ୧୭୭ କିଲୋମିଟର କକ୍ଷରେ ଘୂରି ବୁଲୁଛି। ଇସ୍ରୋ ଟ୍ୱିଟର (ଏକ୍ସ)ରେ ମଧ୍ୟ ଏ ସମ୍ବନ୍ଧରେ ଏକ ପୋଷ୍ଟ କରିଛି। ଇସ୍ରୋ ଲେଖିଛି କି, ଚନ୍ଦ୍ରଯାନ-୩ କକ୍ଷ ହ୍ରାସର ଆଉ ଏକ ପର୍ଯ୍ୟାୟକୁ ସଫଳତାର ସହ ଅତିକ୍ରମ କରିଛି। ଏହା ଚନ୍ଦ୍ରର ନିକଟତମ କକ୍ଷପଥରେ ପହଞ୍ଚିଛି। ଅଗଷ୍ଟ ୧୬ରେ ଚନ୍ଦ୍ରଯାନ ଚନ୍ଦ୍ରର ଅତି ନିକଟରେ ପହଞ୍ଚିବ।ଏହାପୂର୍ବରୁ ବି ଇସ୍ରୋ ଏକ ପୋଷ୍ଟରେ କହିଥିଲା, ଭାରତର ମହାକାଶ ଯାନ ଆଜି ଅଗଷ୍ଟ ୧୪ରେ ନିଜର ଶେଷ ପରିକ୍ରମଣ ପରେ ୧୧ଟା ୩୦ ମିନିଟ୍ରୁ ୧୨ଟା ୩୦ ମିନିଟ୍ ମଧ୍ୟରେ ଚନ୍ଦ୍ର ପୃଷ୍ଠର ଆହୁରି ନିକଟତର ହେବ। ବର୍ତ୍ତମାନ ଚନ୍ଦ୍ରଯାନ ଚନ୍ଦ୍ର ପୃଷ୍ଠରୁ ୧୪୩୭ କିଲୋମିଟର ଦୂରରେ ରହିଛି।ସୂଚନାଥାଉ କି, ଇସ୍ରୋ ଏକ ମାସ ପୂର୍ବେ ଜୁଲାଇ ୧୪ରେ ଶ୍ରୀହରିକୋଟାରୁ ଚନ୍ଦ୍ରଯାନ-୩ ଲଞ୍ଚ୍ କରିଥିଲା। ଯଦି ଭାରତ ଏଥିରେ ସଫଳ ହୁଏ, ତେବେ ରୁଷ୍, ଆମେରିକା ଏବଂ ଚୀନ ପରେ ଭାରତ ହେବ ବିଶ୍ୱର ଚତୁର୍ଥ ଦେଶ।
[ad_2]




