ମନୋରଞ୍ଜନ

‘ଗଦର-୨’ ପାଇଁ ୨୫ ଟଙ୍କା ନେଇଥିବା ସନି ‘ଗଦର-୩’ ପାଇଁ ୬୦ ‌‌କୋଟି ଦାବି କରିବେ! – Ibnodisha

[ad_1]

ମୁମ୍ବ‌ାଇ: ରିଲିଜ୍‌ ହେଉ ହେଉ ପରଦାରେ ଧମାକା ମଚାଇଛି ‘ଗଦର-୨’। ଦୀର୍ଘ ୨୨ ବର୍ଷର ବ୍ୟବଧାନ ପରେ ଅଭିନେତା ସନି ଦେଓଲ ଓ ଅଭିନେତ୍ରୀ ଅମିଶା ପଟେଲ୍‌ଙ୍କ ଅଭିନୀତ ଏହି ଫିଲ୍ମଟିକୁ ଦର୍ଶକ ପୁଣି ଭଲପାଇବା ଓଜାଡ଼ି ଦେଇଛନ୍ତି। ‘ଗଦର’ ଯେପରି ବକ୍ସ ଅଫିସରେ ହଲ୍ଳା ମଚାଇଥିଲା ତାହାର ସି‌‌କ୍ବେଲ୍‌ ‘ଗଦର-୨’ ବି ସେପରି ହଇଚଇ ସୃଷ୍ଟି କରିଛି।

ଫିଲ୍ମର ୨ଟି ଯାକ ଭାଗ ହିଟ୍‌ ହୋଇଥିବା ବେଳେ ଦର୍ଶକଙ୍କୁ ଏବେଠାରୁ ତୃତୀୟ ଭାଗର ଅପେକ୍ଷା ରହିଲାଣି। ଫିଲ୍ମରେ ତାରା ସିଂହ ଓ ଅମିଶା ପଟେଲ୍‌ଙ୍କ ପୁଅ ହୋଇଥିବା ଚରଣଜିତ ସିଂହ ‘ଡିଏନ୍‌ଏ’କୁ ଏକ ସାକ୍ଷାତ୍‌କାର ଦେଇ କହିଛନ୍ତି ଯେ ‘ଲେଖକ ଏବେ ତୃତୀୟ ଭାଗର କାହାଣୀ ଶୁଣାଇ ସାରିଲେଣି। ଅବଶ୍ୟ ସେ ଉପରେ ଏବେ କୌଣସି ପ୍ରକାରର କାମ ଆରମ୍ଭ ହୋଇନାହିଁ।’

ସୂଚନାରୁ ପ୍ରକାଶ ଯେ ସନି ଦେଓଲ ‘ଗଦର-୨’ ପାଇଁ ୨୫ ଲକ୍ଷ ଟଙ୍କା ନେଇଥିବା ବେଳେ ‘ଗଦର-୩’ ପାଇଁ ସେ ୬୦ କୋଟି ଟଙ୍କା ଦାବି କରିପାରନ୍ତି। ଯଦି ‘ଗଦର-୩’ ବନିବ ତ ସନି ଓ ଅମିଶା ସେମାନଙ୍କ ନାତି ଓ ନାତୁଣୀଙ୍କ ସହ ଖେଳିବା ଅବସ୍ଥାରେ ନଜର ଆସିପାରନ୍ତି।

କାହାଣୀରେ ନୂଆ ମୋଡ଼ ଆସିବ। ପାକିସ୍ତାନର ମେଜର୍‌ ଜେନେରାଲ୍‌ ହମିଦ ଇକ୍‌ବାଲ୍‌ ଉର୍ଫ ମନୀଷ ବାଦ୍ଧୱାଙ୍କ ପୁଅ ନିଜ ବାପାଙ୍କ ମରଣର ପ୍ରତିଶୋଧ ନେବାକୁ ଭାରତ ଆସିବେ। ‘ଗଦର-୩’ରେ ସକିନା ଓ ତାରାଙ୍କ ବୟସ ଢଳିଯିବାର ଦେଖିବାକୁ ମିଳିବ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button