IBN ଓଡ଼ିଶା ବ୍ୟୁରୋ

ଫ୍ଲିପ୍-କଟ୍‌ର ବିବାଦୀୟ ବିଜ୍ଞାପନ; ସ୍ବାମୀମାନଙ୍କୁ ‘ଆଳସୁଆ ଏବଂ ବୋକା’ କହି କ୍ଷମା ମାଗିଲା କମ୍ପାନି

ନୂଆଦିଲ୍ଲୀ: ଲୋକପ୍ରିୟ ଇ-କମର୍ସ କମ୍ପାନି ଫ୍ଲିପ୍-କଟ୍ ଏବେ ବିଗ୍-ବିଲିୟନ ସେଲ୍ ଜାରି ରହିଛି । କମ୍ପାନି ଅଫର ଉପରେ ଅଫର ବର୍ଷା କରୁଛି । ବିଗ୍-ବିଲିୟନ ସେଲ୍ ପାଇଁ ଜୋରଦାର ପ୍ରଚାର ମଧ୍ୟ ଚାଲିଛି ଏବଂ ଅନଲାଇନରେ ମଧ୍ୟ ବିଜ୍ଞାପନକୁ ସେୟାର କରାଯାଉଛି । ଏହାରି ଭିତରେ ଫ୍ଲିପ୍-କଟ୍ର ଏକ ବିଜ୍ଞାପନକୁ ନେଇ ବିବାଦ ଦେଖା ଦେଇଛି ।

ଏହି ଭିଡିଓରେ ମହିଳାଙ୍କ ସପିଂ ସାମଗ୍ରୀ ତଥା ହ୍ୟାଣ୍ଡ ବ୍ୟାଗ କିଣିବାକୁ କୁହାଯିବା ସହିତ ଏହାକୁ ଘରେ ଲୁଚାଇ ରଖିବାକୁ ମଧ୍ୟ ପ୍ଲାନ୍ କୁହାଯାଇଛି । ଏଥିରେ ମହିଳାମାନଙ୍କ ସ୍ବାମୀଙ୍କୁ ‘ବୋକା’ ଏବଂ ଅଳସୁଆ କୁହାଯାଇଛି । ସ୍ବାମୀ ମାନଙ୍କୁ ନଜଣାଇ ଫ୍ଲିପ୍-କଟରୁ ସାମଗ୍ରୀ କିଣି କିପରି ଘରେ ଲୁଚାଇ ରଖିବେ ସେ ବୁଦ୍ଧି ମଧ୍ୟ ଦିଆଯାଇଛି ।

ଫ୍ଲିପ୍-କଟ୍ର ଏହି ବିଜ୍ଞାପନ ଭିଡିଓ କେବଳ ପୁରୁଷ ମାନଙ୍କୁ ଲଜ୍ଜିତ କରିନାହିଁ ବରଂ ସେମାନଙ୍କୁ ଭାବନାକୁ କୁଠାରଘାତ କରିଛି। । ଯାହାକୁ ନେଇ ମହିଳାମାନେ ମଧ୍ୟ କମ୍ପାନିକୁ ସମାଲୋଚନା କରିଛନ୍ତି । ଏହି ଭିଡିଓ ସୋଲିଆଲ୍ ମିଡିଆର ଭାଇରାଲ୍ ହେବା ପରେ କମ୍ପାନି କର୍ତ୍ତୃପକ୍ଷ କ୍ଷମା ପ୍ରର୍ଥନା କରିବା ସହିତ ଭୁଲ୍ ବସତଃ ଭିଡିଓ ଅପ୍ଲୋଡ ହୋଇଛି ବୋଲି କୁହାଯାଇଛି ।

ଏହି ବିଜ୍ଞାପନ ବିବାଦ ଉଠିବା ପରେ ଫ୍ଲିପ୍-କଟ୍ କମ୍ପାନି ଏହି ଭିଡିଓ ନିଜ ସୋସିଆଲ୍ ମିଡିଆ ପ୍ଲାଟ୍ ଫର୍ମରୁ ହଟାଇ ଦିଆଯାଇଛି । ମାତ୍ର ଏକ୍ସ ୟୁଜର୍ସ ଏହାକୁ ଏବେବି ସେୟାର କରୁଛନ୍ତି । ଯାହା ଭାଇରାଲ୍ ହେବାରେ ଲାଗିଛି । ଆଡ୍ ଭିଡିଓ ଏକ ଦମ୍ପତ୍ତି ଦେଖିବାକୁ ମିଳିଛି । ଯେଉଁଥିରେ ମହିଳାଙ୍କୁ ପ୍ଲାନ୍ ଦିଆଯାଇଛି ଯେ, ନିଜ ସ୍ବାମୀଙ୍କୁ ନଜଣାଇ ଇ-କମର୍ସ ପ୍ଲାଟ୍ଫର୍ମରୁ ହ୍ୟାଣ୍ଡ ବ୍ୟାଗ ଅର୍ଡର କରି ପାରିବେ ଏବଂ ଏହାକୁ ଘରେ ମଧ୍ୟ ଷ୍ଟୋର କରିପାରିବେ । ଏହି ବିଜ୍ଞାପନ ପାଇଁ କମ୍ପାନି କର୍ତ୍ତୃପକ୍ଷରୁ ସମାଲୋଚିତ ହେବାକୁ ପଡ଼ିଛି । ଏନସିଏମ ଇଣ୍ଡିଆ ଫର୍ ମେନ୍ ଆଫେୟର୍ସ ଏକ୍ସରେ ଏହି ଭିଡିଓ କୁ ପୋଷ୍ଟ କରିଛି ଏବଂ ଏହି ବିଜ୍ଞାପନକୁ ଟକ୍ସକ୍ ଏବଂ ଭ୍ରମାତ୍ମକ କହିଛି ।.

Related Articles

Leave a Reply

Your email address will not be published. Required fields are marked *

Back to top button