IBN ଓଡ଼ିଶା ବ୍ୟୁରୋ
ଇସ୍ରାଏଲ ଆକ୍ରମଣରେ ଗଲା ହିଜବୁଲ୍ଲା ମୁଖ୍ୟଙ୍କ ଜୀବନ!

ନୂଆଦିଲ୍ଲୀ: ଥମିବ କ’ଣ ଦିନକୁ ଦିନ ତେଜିବାରେ ଲାଗିଛି ହିଜବୁଲ୍ଲା ଓ ଇସ୍ରାଏଲ କନ୍ଦଳ । ଇସ୍ରାଏଲ ହିଜବୁଲ୍ଲା ଚିଫ୍ ହସନ ନସରଲ୍ଲାହଙ୍କୁ ନିହତ କରିଛି ବୋଲି ଦାବି କରିଛି । ଏନେଇ ଇସ୍ରାଏଲ ଡିଫେନ୍ସ ଫୋର୍ସ ନିଜ ଏକ୍ସ ହ୍ୟାଣ୍ଡେଲରେ ଏହି ସୂଚନା ଦେଇଛି । ଶୁକ୍ରବାର ବିଳମ୍ବିତ ରାତିରେ ଲେବାନନର ରାଜଧାନୀ ବେରୁଟରେ ଗୋଟେ ପରେ ଜୋଟେ ଗୁଳି ବର୍ଷା କରିଚାଲିଥିଲା ଇସ୍ରାଏଲ ।
ହେଜ୍ବୁଲ୍ଲାର ମୁଖ୍ୟାଳୟ ଉପରେ ଇସ୍ରାଏଲ ଏୟାର ଷ୍ଟ୍ରାଇକ କରିଥିଲା । ୟୁଏନଜିସିରେ ନେତାନ୍ୟାହୁଙ୍କ ଭାଷଣ ପରେ ଏହି ଆକ୍ରମଣ ଆରମ୍ଭ ହୋଇଥିଲା।




