ଶତ୍ରୁକୁ ଏହିପରି ଭାବରେ ଶେଷ କରନ୍ତୁ , ଆପଣ ମଧ୍ୟ ଜାଣନ୍ତୁ

ଆଚାର୍ଯ୍ୟ ଚାଣକ୍ୟ ନିଜ ନୀତି ଆଧାରରେ ମହାଶକ୍ତିଶାଳୀ ନନ୍ଦ ବଂଶକୁ ଶେଷ କରି ମୌର୍ଯ୍ୟ ବଂଶ ପ୍ରତିଷ୍ଠା କରିଥିଲେ। ନନ୍ଦ ବଂଶର ରାଜା ଘନାନନ୍ଦ ଆଚାର୍ଯ୍ୟ ଚାଣକ୍ୟଙ୍କୁ ଅପମାନିତ କରିଥିଲେ। କିନ୍ତୁ ଆଚାର୍ଯ୍ୟ ଚାଣକ୍ୟ ତାଙ୍କ କ୍ରୋଧକୁ କେବେ ମଧ୍ୟ ପ୍ରକାଶ ହେବାକୁ ଦେଇ ନଥିଲେ। କ୍ରୋଧକୁ ଅସ୍ତ୍ର କରି ସେ ନିଜର ଶତ୍ରୁମାନଙ୍କର ବିନାଶ କରିଦେଇଥିଲେ। ଆଚାର୍ଯ୍ୟ ଚାଣକ୍ୟଙ୍କର ଏହି କଥା ଗୁଡିକ କେବଳ ଆମ ଜୀବନକୁ ଆଣିବା ଉଚିତ ନୁହେଁ, ବରଂ ରାଜନୀତି ଏବଂ ପଡୋଶୀ ଦେଶ ସହ କୂଟନୀତିକ ସ୍ତରରେ ଆଚାର୍ଯ୍ୟ ଚାଣକ୍ୟଙ୍କର ନୀତିକୁ ପାଳନ କରିବା ଉଚିତ। କେବଳ ସେତେବେଳେ ହିଁ ଆପଣ ଆପଣଙ୍କର ଶତ୍ରୁକୁ ଧୂଳି ଚଟାଇ ତାହାର ସମୂଳ ବିନାଶ କରିପାରିବେ। ତେବେ ଆସନ୍ତୁ ଆପଣ ମଧ୍ୟ ଆଚାର୍ଯ୍ୟ ଚାଣକ୍ୟଙ୍କର ସେହିପରି କଥା ଗୁଡିକ ବିଷୟରେ ଜାଣିବେ।
୧) କ୍ରୋଧକୁ ନିୟନ୍ତ୍ରଣ କରନ୍ତୁ:-
ଶତ୍ରୁର ସବୁଠାରୁ ମାରାତ୍ମକ ଅସ୍ତ୍ର ହେଉଛି ପ୍ରବର୍ତ୍ତନା। ଶତ୍ରୁ ଆପଣଙ୍କୁ ପ୍ରବର୍ତ୍ତାଇବା ପାଇଁ ଚେଷ୍ଟା କରେ। ଯାହାଦ୍ୱାରା ଆପଣଙ୍କୁ କ୍ରୋଧି ଆସିବ। କାରଣ କ୍ରୋଧରେ ବ୍ୟକ୍ତିର ଶକ୍ତି ଏବଂ ବିବେକ ଅଧା ରହିଯାଏ। ଏବଂ ଶତ୍ରୁ ଆପଣଙ୍କର ଦୁର୍ବଳତାର ସୁଯୋଗ ନେଇଥାଏ। ସେଥିପାଇଁ ଶତ୍ରୁ ଆପଣଙ୍କୁ ପ୍ରବର୍ତ୍ତାଇଲେ ଆପଣ ନିଜ ଭିତରେ କ୍ରୋଧକୁ ସଂଗ୍ରହ କରି କଇଁଛ ପରି ରଖିଦିଅନ୍ତୁ। ଏବଂ ନିଜର ସମସ୍ତ ପ୍ରସ୍ତୁତି ସହିତ ଶତ୍ରୁ ଉପରେ ଆକ୍ରମଣ କରନ୍ତୁ। ତେଣୁ ଶତ୍ରୁର ପ୍ରବର୍ତ୍ତନାରେ ତୁରନ୍ତ ପ୍ରତିକ୍ରିୟା ଦେବା ଉଚିତ୍ ନୁହେଁ। ବରଂ ସଠିକ୍ ସମୟକୁ ଅପେକ୍ଷା କରିବା ଉଚିତ। କିନ୍ତୁ ଶତ୍ରୁକୁ କେବେ ମଧ୍ୟ କ୍ଷମା କରାଯିବା ଉଚିତ୍ ନୁହେଁ। କାରଣ କ୍ଷମା କରିବା ଦ୍ୱାରା ଶତ୍ରୁର ମନୋବଳ ବୃଦ୍ଧି ହୋଇଥାଏ।

୨) ଦୃଷ୍ଟ ଶତ୍ରୁକୁ ଏହିପରି ସମାପ୍ତ କରନ୍ତୁ:-
ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ ଦୃଷ୍ଟ ବ୍ୟକ୍ତିଙ୍କ ସହ ଆପଣ ଯେତେ ଭଲ ବ୍ୟବହାର କରନ୍ତୁ ନା କାହିଁକି , ସେହି ବ୍ୟକ୍ତି ପ୍ରକୃତି ପରିବର୍ତ୍ତନ ହୋଇପାରିବ ନାହିଁ। ସାପର ବିଷ କେବଳ ତାର ଦାନ୍ତରେ ଥାଏ ଏବଂ ବିଛାର ବିଷ ତାର ଲାଞ୍ଜରେ ରହିଥାଏ। କିନ୍ତୁ ଦୁଷ୍ଟ ଲୋକର ପ୍ରତ୍ୟେକ ଅଙ୍ଗରେ ବିଷ ରହିଥାଏ। ତେଣୁ ଦୁଷ୍ଟ ଲୋକ ଉପରେ କେବେ ମଧ୍ୟ ବିଶ୍ୱାସ କରନ୍ତୁ ନାହିଁ। ଦୁଷ୍ଟ ବ୍ୟକ୍ତି କଦାପି ବନ୍ଧୁ ହୋଇପାରିବ ନାହିଁ। ଦୁଷ୍ଟ ବ୍ୟକ୍ତି ସହିତ ବିଷାକ୍ତ ସାପ ଭଳି ବ୍ୟବହାର କରାଯିବା ଉଚିତ୍। ଏହା ତାର ମଜାକୁ ଭାଙ୍ଗିଦିଏ।