ରାଜ୍ୟ

ESI ହସ୍ପିଟାଲ ଯାଉଥିଲେ କର୍ମଚାରୀ, ଚଢ଼ିଗଲା ଟ୍ରକ୍

ଗତସିଂହପୁର ଜିଲ୍ଲାର ପାରାଦୀପ-ଚଣ୍ଡିଖୋଲ ଜାତୀୟ ରାଜପଥର ଜିରୋ ପଏଣ୍ଟ ନିକଟରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଘଟିଛି। ଏକ ବାଇକ ଉପରେ ଚଢିଗଲା ବାଲି ବୋଝେଇ ହାଇଓ୍ଵା। ଏହି ଦୁର୍ଘଟଣାରେ ବାଇକ୍ ଚାଳକଙ୍କ ଅବସ୍ଥା ଗୁରୁତର ଅଛି।

ଗୁରୁତର ବାଇକ ଚାଳକ ଜଣକ ପାରାଦୀପ ESI ହସ୍ପିଟାଲ କର୍ମଚାରୀ ପ୍ରଭାତ ମଲ୍ଲ ବୋଲି ସୂଚନା ମିଳିଛି।

ସେ କେନ୍ଦ୍ରାପଡ଼ାରେ ରହୁଥିବା ବେଳେ ଆଜି ସକାଳେ ପାରାଦୀପରେ ଥିବା ESI ହସ୍ପିଟାଲକୁ ଯାଉଥିଲେ।

ମାତ୍ର ପାରାଦୀପ-ଚଣ୍ଡିଖୋଲ ଜାତୀୟ ରାଜପଥର ଜିରୋ ପଏଣ୍ଟ ନିକଟରେ ପଛପଟୁ ଦ୍ରୁତ ଗତିରେ ଆସୁଥିବା ଏକ ବାଲି ବୋଝେଇ ଟ୍ରକ୍ ତାଙ୍କ ବାଇକ୍ ଉପରେ ଚଢ଼ି ଯାଇଥିଲା। ଫଳରେ ଟ୍ରକ୍ ଚାପା ତଳେ ପ୍ରଭାତଙ୍କ ଦୁଇ ଗୋଡ଼ ଚାପି ହୋଇ ଯାଇଥିଲା। ତୁରନ୍ତ ସ୍ଥାନୀୟ ଲୋକେ ଉଦ୍ଧାର କରି ତାଙ୍କୁ ଅଠରବାଙ୍କି ହସ୍ପିଟାଲ ନେଇଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କଟକ ରେଫର କରାଯାଇଛି।

ପାରାଦୀପ ଲକ୍ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗାଡି ଦୁଇଟିକୁ ଜବତ କରିବା ସହ ଘଟଣାର ତଦନ୍ତ ଜାରି ରଖିଛି। ଦୁର୍ଘଟଣା ଘଟାଇବା ପରେ ହାଇଓ୍ଵା ଛାଡି ଦେଇ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button