ହନିଟ୍ରାପ୍ର ଶିକାର ହେଲେ ବେଙ୍ଗାଲୁରୁର ୬୦ ବର୍ଷୀୟ ବ୍ୟକ୍ତି – Ibnodisha

[ad_1]
ବେଙ୍ଗାଲୁରୁ: ବେଙ୍ଗାଲୁରୁର ଜଣେ ୬୦ ବର୍ଷୀୟ ବ୍ୟକ୍ତି ହନିଟ୍ରାପ୍ର ଶିକାର ହୋଇଛନ୍ତି । ୨ ଜଣ ମହିଳା ଉକ୍ତ ବ୍ୟକ୍ତିଙ୍କଠାରୁ ୮୨ ଲକ୍ଷରୁ ଅଧିକ ଟଙ୍କା ନେଇଯାଇଛନ୍ତି । ପୁଲିସ ଏହି ମାମଲାରେ ୩ ଜଣଙ୍କୁ ଗିରଫ କରିଛି । ଗିରଫ ହୋଇଥିବା ୩ ଜଣ ହେଉଛନ୍ତି ରୀନା ଆନ୍ନାମ୍ମା (୪୦), ସ୍ନେହା (୩୦) ଏବଂ ସ୍ନେହାଙ୍କ ସ୍ୱାମୀ ଲୋକେଶ (୨୬) । ଜୟନଗର ପୁଲିସରେ ଏନେଇ ଏକ ଅଭିଯୋଗ ହୋଇଛି । ନରେଶ ( ପରିବର୍ତ୍ତିତ ନାମ)ଙ୍କ ଅଭିଯୋଗ ଅନୁଯାୟୀ ତାଙ୍କର ଜଣେ ବନ୍ଧୁ ତାଙ୍କୁ ଆନ୍ନାମ୍ମା ସହ ଏପ୍ରିଲରେ ପରିଚୟ କରିଥିଲେ ।
ଆନ୍ନାମ୍ମାର ପୁଅ କର୍କଟରେ ପୀଡ଼ିତ ଥିବାରୁ ସେ ତାକୁ ଆର୍ôଥକ ସହଯୋଗ କରିବାକୁ କହିଥିଲେ । ନରେଶ ଏବଂ ଆନ୍ନାମ୍ମା ଏକ ହୋଟେଲରେ ଭେଟ ହୋଇଥିଲେ ଏବଂ ସେହିଦିନ ହିଁ ନରେଶ ଆନ୍ନାମ୍ମାକୁ ୫ ହଜାର ଦେଇଥିଲେ । ଏହାପରେ ଆନ୍ନାମା ନରେଶଙ୍କଠାରୁ ବିଭିନ୍ନ କାରଣ ଦର୍ଶାଇ ଟଙ୍କା ନେଇ ଚାଲିଥିଲା । ମେ’ ପ୍ରଥମ ସପ୍ତାହରେ ଆନ୍ନାମ୍ମା ନରେଶଙ୍କୁ ହୁସକୁର ଗେଟ୍ ସ୍ଥିତ ଏକ ହୋଟେଲକୁ ଡାକିଥିଲା । ଆନ୍ନାମା ତା’ ସହ ସମ୍ପର୍କ ରଖିବପାଇଁ ନରେଶଙ୍କୁ ବାଧ୍ୟ କରିଥିବା ସେ ଅଭିଯୋଗ କରିଛନ୍ତି । ଏହାପରେ ଆନ୍ନାମ୍ମା ତା’ର ଜଣେ ବନ୍ଧୁ ସ୍ନେହା ସହ ତାଙ୍କୁ ପରିଚୟ କରାଇଥିଲା । ସେ ମଧ୍ୟ ନରେଶଙ୍କଠାରୁ ଟଙ୍କା ନେଇଥିଲା । ଏହାପରେ ଆନ୍ନାମ୍ମା ଏବଂ ସ୍ନେହା ନରେଶଙ୍କୁ ଧମକ ଦେଇ ଟଙ୍କା ମାଗିଥିଲେ ।
ସେମାନେ ନରେଶଙ୍କ ସହ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଏବଂ ଭିଡିଓ ଭାଇରାଲ୍ କରିଦେବେ ବୋଲି ଧମକ ଦେଇଥିଲେ । ନରେଶଙ୍କୁ କିଛି ଭିଡିଓ ପଠାଇ ସେମାନେ ବ୍ଲାକମେଲ୍ କରିବା ଆରମ୍ଭ କରିଥିଲେ । ଶେଷରେ ନରେଶ ତାଙ୍କ ପ୍ରୋଭିଡେଣ୍ଟ୍ ଫଣ୍ଡରୁ ୮୨ ଲକ୍ଷ ଟଙ୍କା ଉଠାଇ ଆନ୍ନାମ୍ମା ଏବଂ ସ୍ନେହାକୁ ଦେଇଥିଲେ । ଯଦି ସେ ଏକଥା କାହାକୁ କହିଦେବେ ତେବେ ତାଙ୍କ ଝିଅକୁ ଦୁଷ୍କର୍ମ କରାଯିବ ବୋଲି ଧମକ ଦେଇଥିଲେ । ନରେଶ ଏଥିରେ ଭୟକରି କାହାକୁ କିଛି କହିନଥିଲେ । କିନ୍ତୁ ସେମାନେ କିଛି ଦିନ ପରେ ନରେଶଙ୍କଠାରୁ ଆଉ ୪୨ ଲକ୍ଷ ଦାବି କରିବାରୁ ନରେଶ ପୁଲିସରେ ଏତଲା ରୁଜୁ କରିଥିଲେ । ପୁଲିସ ଉକ୍ତ ମାମଲାର ତଦନ୍ତ ଆରମ୍ଭ କରିବାପରେ ୩ ଜଣଙ୍କୁ ଗିରଫ କରିଛି । ପୁଲିସ ସେମାନଙ୍କ ଆକାଉଣ୍ଟ୍ରୁ ପ୍ରାୟ ୨୫ ଲକ୍ଷ ଟଙ୍କା ଅଚଳ କରିଦେଇଛି । ସେମାନେ ପୂର୍ବରୁ ମଧ୍ୟ ଅନ୍ୟ କିଛି ଲୋକଙ୍କୁ ଏଭଳି ଫସାଇଥିବା ଦାବି ହେଉଛି ।
[ad_2]