ରାଜ୍ୟ

ଟ୍ୱିନ୍ ସିଟିରେ ପୂଜା ପ୍ରସ୍ତୁତି, କମିଶନରେଟ୍ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା

ଭୁବନେଶ୍ୱର/କଟକ ୦୯।୧୦ : କମିଶନରେଟ ପୋଲିସ ପକ୍ଷରୁ ପୁଜା ପାଇଁ ପ୍ରସ୍ତୁତି ବୈଠକ । ଭୁବନେଶ୍ୱର ୟୁପିଡିର ସମସ୍ତ ପୋଲିସ ଅଧିକାରୀଙ୍କ ସମେତ ଟ୍ରେନି ସବ୍ ଇନ୍ସପେକ୍ଟରମାନଙ୍କୁ ପୂଜାରେ କିଭଳି ଦାୟିତ୍ବ ସମ୍ପର୍ଣ୍ଣ କରିବାକୁ ପଡିବ। ସେଥିପାଇଁ ଗୁରୁମନ୍ତ୍ର ଦେବେ ପୋଲିସ କମିଶନର। ରାଜଧାନୀରେ ପ୍ରତି ପୂଜା ମଣ୍ଡପରେ କିଭଳି ଶାନ୍ତି ଶୃଙ୍ଖଳା ରକ୍ଷା କରାଯିବ।

ସାଧାରଣ ଲୋକେ କେଉଁଠାରେ ଟ୍ରାଫିକ ନିୟମ ମାନି ଗାଡି ପାର୍କିଁ କରି ପୂଜା ମଣ୍ଡପ ସୁରୁଖୁରୁରେ ବୁଲିପାରିବେ ସେ ସମ୍ପର୍କରେ ଶିକ୍ଷା ଗ୍ରହଣ କରୁଛନ୍ତି । ଭୁବନେଶ୍ୱର ୟୁପିଡିର ସମସ୍ତ ଏସିପି , ଆଇଆଇସି , ଏସଆଇ , ଟ୍ରାଫିକ ପୋଲିସ ସମେତ ବିଏସଏଫର ଜବାନ ମାନେ ଉପସ୍ଥିତ ଅଛନ୍ତି ।

ସେହିପରି କଟକରେ ମଧ୍ୟ ଦଶହରା ପାଇଁ ପୋଲିସର ପ୍ରସ୍ତୁତି । ପୂଜା ଓ ଭସାଣୀରେ ମୁତୟନ ହେବ ୬୫ ପ୍ଲାଟୁନ ପୋଲିସ ଫୋର୍ସ, ଅତିରିକ୍ତ ଡିସିପି ରାଙ୍କର ୫ ଜଣ, ଡିଏସପି ରାଙ୍କର ୨୫ ଓ ଇନ୍ସପେକ୍ଟର ରାୟଙ୍କ ର ୩୦ ଅଧିକାରୀ ରହିବେ। ଏଥିସହ ଟ୍ରାଫିକ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ତେବେ ଭସାଣୀରେ ରାତି ୧୨ ଟା ପରେ ବାଜିପାରିବ ପାରମ୍ପରିକ ବାଜା, ହେଲେ ସାଉଣ୍ଡ ଲିମିଟ ଅନୁସାରେ ବାଜା ବାଜିବା ବୋଲି କହିଛନ୍ତି କଟକ ଡିସିପି ଜଗମୋହନ ମିନା ।

Related Articles

Leave a Reply

Your email address will not be published. Required fields are marked *

Back to top button