IBN ଓଡ଼ିଶା ବ୍ୟୁରୋ

ରତନ ଟାଟାଙ୍କ ନାମରେ ନାମିତ ହେବ ବିଶ୍ବବିଦ୍ୟାଳୟ

ମୁମ୍ବାଇ: ଦିବଂଗତ ଶିଳ୍ପପତି ରତନ ଟାଟାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ମହାରାଷ୍ଟ୍ର ସରକାର ବଡ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ସରକାର ମହାରାଷ୍ଟ୍ର ରାଜ୍ୟ ଦକ୍ଷତା ବିକାଶ ବିଶ୍ୱବିଦ୍ୟାଳୟକୁ ‘ରତନ ଟାଟା ମହାରାଷ୍ଟ୍ର ରାଜ୍ୟ ଦକ୍ଷତା ବିକାଶ ବିଶ୍ୱବିଦ୍ୟାଳୟ’ ନାମରେ ନାମିତ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ଚାରିଆଡ଼େ ପ୍ରଶଂସା କରାଯାଉଛି।

ସୂଚନାଯୋଗ୍ୟ, କିଛି ଦିନ ତଳେ ଦେଶର ପ୍ରସିଦ୍ଧ ଶିଳ୍ପପତି ରତନ ଟାଟାଙ୍କ ଦେହାନ୍ତ ହୋଇଥିଲା । ଏହା ପରେ ସାରା ଦେଶରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଥିଲା । ତାଙ୍କୁ ଭାରତ ରତ୍ନ ପ୍ରଦାନ କରିବାକୁ ମହାରାଷ୍ଟ୍ର ସରକାର ଉଦ୍ୟମ ଆରମ୍ଭ କରିଛନ୍ତି । ଏହି ପରିପ୍ରେକ୍ଷୀରେ ମହାରାଷ୍ଟ୍ର କ୍ୟାବିନେଟରେ ଏକ ସଂକଳ୍ପ ପାରିତ ହୋଇଛି। ମହାରାଷ୍ଟ୍ର ସରକାର ଏବେ ଏହି ପ୍ରସ୍ତାବକୁ କେନ୍ଦ୍ର ସରକାରଙ୍କ ନିକଟରେ ଉପସ୍ଥାପନ କରିବେ। ସେହିପରି କ୍ୟାବିନେଟ ବୈଠକରେ ରତନ ଟାଟାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି ।

ବର୍ତ୍ତମାନ ସୁଦ୍ଧା ସମୁଦାୟ ୫୩ ଜଣ ଭାରତ ରତ୍ନ ସମ୍ମାନ ପାଇଛନ୍ତି। ଭାରତ ରତ୍ନ ପାଇଥିବା ୫୩ ଜଣଙ୍କ ତାଲିକାରେ ଏକମାତ୍ର ଶିଳ୍ପପତି ହେଉଛନ୍ତି ଟାଟା ଗ୍ରୁପର ପୂର୍ବତନ ମୁଖ୍ୟ ଜେଆରଡି ଟାଟା

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button