ରାଜ୍ୟ

ଔଷଧ ଦୋକାନରୁ ଚୋରି

ପିପିଲି:ପିପିଲି ଥାନା ଅନ୍ତର୍ଗତ ତେଇସିପୁର ବଜାରରେ ଥିବା ମା’ କ୍ଷେତ୍ରପାଳୀ ଔଷଧ ଦୋକାନର ଲୁହା ସଟର ଓ କବାଟର ତାଲାକୁ ରବିବାର ରାତିରେ କେତେକ ଦୁର୍ବୃତ୍ତ ଭାଙ୍ଗି ଦୋକାନ ମଧ୍ୟରେ ଥିବା ୨୦ ହଜାର ଟଙ୍କା, ଏକ ବଡ ଏଲ୍‍ଇଡି ଟିଭି, ସିସିଟିଭି ହାର୍ଡଡିକ୍ସ ଓ ମନିଟର ଆଦିକୁ ଚୋରି କରି ନେଇଥିବା ଅଭିଯୋଗ ହୋଇଛି। ସୋମବାର ସକାଳେ ଦୋକାନ ଖୋଲିବା ସମୟରେ ଚୋରି ହୋଇଥିବା ଜଣାପଡିବା ପରେ ଦୋକାନର ମାଲିକ ବିଜୟ କୁମାର ମହାପାତ୍ର ଏ ସଂପର୍କରେ ପୁଲିସରେ ଲିଖିତ ଅଭିଯୋଗ କରିଥିଲେ।

ପିପିଲି ଆଇଆଇସି ସୌମେନ୍ଦୁ ଶେଖର ତ୍ରିପାଠୀ, ସାତଶଙ୍ଖ ଫାଣ୍ଡି ଅଧିକାରୀ ପ୍ରକାଶ କୁମାର ମଲ୍ଲିକ ପ୍ରମୁଖ ସାଇଣ୍ଟିଫିକ୍‍ ଟିମ୍‍ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଥିଲେ। ଏହି ଘଟଣାରେ ସ୍ଥାନୀୟ ଅଞ୍ଚଳର ଅପରାଧିମାନେ ସଂପୃକ୍ତ ଥିବାର ସାଧାରଣରେ ସନ୍ଦେହ କରାଯାଉଥିବା ବେଳେ ବିଭିନ୍ନ ସ୍ଥାନର ସିସିଟିଭି ଫୁଟେଜ୍‍କୁ ନେଇ ପୁଲିସ ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button