IBN ଓଡ଼ିଶା ବ୍ୟୁରୋ

ଏକନାଥ ସିନ୍ଦେ ହିଁ ମହାୟୁତି ମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ!

ମୁମ୍ବାଇ: ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ ଆଜି କହିଛନ୍ତି, ମହାୟୁତି ମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବାର କିଛି ଆବଶ୍ୟକତା ନାହିଁ। କାରଣ ମୁଖ୍ୟମନ୍ତ୍ରୀ ଏଠାରେ ଅଛନ୍ତି। କାହାର ନାମ ନନେଇ ଫଡ଼ନାବିସ ଆଜି ଏହି ଟିପ୍ପଣୀ ଦେଇଥିଲେ ମଧ୍ୟ ସେ ଏକନାଥ ସିନ୍ଦେଙ୍କୁ ଇଙ୍ଗିତ କରି ଏହା କହିଛନ୍ତି।

ମୁଖ୍ୟମନ୍ତ୍ରୀ ସିନ୍ଦେ ଏବଂ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ସହ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ଫଡ଼ନାବିସ ଆଜି କହିଛନ୍ତି, ଆମ ମୁଖ୍ୟମନ୍ତ୍ରୀ ଏଠାରେ ବସିଛନ୍ତି।

ବିରୋଧୀ ଏମ୍ଭିଏ (ମହା ବିକାଶ ଅଘାଡ଼ି)କୁ ଚ୍ୟାଲେଞ୍ଜ କରି ଫଡ଼ନାବିସ କହିଛନ୍ତି, ଏମଭିଏ ମେଣ୍ଟ ଏହାର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିନି କାରଣ ସେମାନଙ୍କ ପ୍ରାର୍ଥୀ ନିର୍ବାଚନ ପରେ ପଦବି ଗ୍ରହଣ କରିବେ କି ନା ସେ ବିଶ୍ବାସ ସେମାନଙ୍କର ନାହିଁ। ଶରଦ ପାୱାରଙ୍କ ଏନ୍ସିପି ଏବଂ ଉଦ୍ଧବ ଠାକରେଙ୍କ ଶିବସେନାକୁ ଏହି ଅବସରରେ ଫଡ଼ନାବିସ ତୀବ୍ର କଟାକ୍ଷ କରିଥିଲେ। ମୁମ୍ବାଇରେ ଆଜି ମହାୟୁତିର ସାମ୍ବାଦିକ ସମ୍ମିଳନୀରେ ସିନ୍ଦେ, ଫଡ଼ନାବିସ ଓ ଅଜିତ ପାୱାର ମହାୟୁତି ସରକାରର ରିପୋର୍ଟ କାର୍ଡ ପ୍ରକାଶ କରିଛନ୍ତି। ଗତ ୨ ବର୍ଷ ମଧ୍ୟରେ ଦଳ ଯେଉଁସବୁ କାର୍ଯ୍ୟ କରିଛି ସେସବୁ ସଂକ୍ରାନ୍ତରେ ଏହି ରିପୋର୍ଟ କାର୍ଡରେ ରହିଛି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button