IBN ଓଡ଼ିଶା ବ୍ୟୁରୋ

କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗାଭତ୍ତା ୩% ବଢ଼ିଲା

ନୂଆଦିଲ୍ଲୀ: ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରଙ୍କ କର୍ମଚାରୀ ଓ ପେନସନଭୋଗୀଙ୍କ ପାଇଁ ମହଙ୍ଗାଭତ୍ତାରେ ୩ ପ୍ରତିଶତ ବୃଦ୍ଧି ଘୋଷଣା କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗାଭତ୍ତା ଓ ପେନସନଭୋଗୀମାନଙ୍କ ମହଙ୍ଗା ସହାୟତା (ଡିଆର୍)ରେ ବୃଦ୍ଧିକୁ ଅନୁମୋଦନ କରାଯାଇଛି।

କର୍ମଚାରୀ ଓ ପେନସନଭୋଗୀମାନେ ଏହାଦ୍ବାରା ସେମାନଙ୍କ ମୂଳ ବେତନ ଓ ପେନସନର ୫୩ ପ୍ରତିଶତ ମହଙ୍ଗାଭତ୍ତା ବା ମହଙ୍ଗା ସହାୟତା ଆକାରରେ ପାଇବେ। ବର୍ତ୍ତମାନ ସେମାନଙ୍କୁ ୫୦ ପ୍ରତିଶତ ମହଙ୍ଗାଭତ୍ତା ବା ମହଙ୍ଗା ସହାୟତା ପ୍ରଦାନ କରାଯାଉଛି।

ଜୁଲାଇ ପହିଲାରୁ ପିଛିଲାଭାବେ ଏହି ବର୍ଦ୍ଧିତ ମହଙ୍ଗାଭତ୍ତା ବା ମହଙ୍ଗା ସହାୟତା ମିଳିବ। ଉଭୟ ଡିଏ ଓ ଡିଆର୍ ବୃଦ୍ଧି କାରଣରୁ ରାଜକୋଷ ଉପରେ ବାର୍ଷିକ ୯,୪୪୮.୩୫ କୋଟି ଟଙ୍କାର ବୋଝ ପଡ଼ିବ। ଏହାଦ୍ୱାରା କେନ୍ଦ୍ର ସରକାରଙ୍କର ପ୍ରାୟ ୪୯.୧୮ ଲକ୍ଷ କର୍ମଚାରୀ ଏବଂ ୬୪.୮୯ ଲକ୍ଷ ପେନସନଭୋଗୀ ଉପକୃତ ହେବେ। ଏହା ପୂର୍ବରୁ କେନ୍ଦ୍ର ସରକାର ଚଳିତବର୍ଷ ମାର୍ଚ୍ଚ ମାସରେ କେନ୍ଦ୍ର ସରକାରଙ୍କ କର୍ମଚାରୀ ଓ ପେନସନଭୋଗୀଙ୍କ ପାଇଁ ମହଙ୍ଗାଭତ୍ତା ଓ ମହଙ୍ଗା ସହାୟତାରେ ୪ ପ୍ରତିଶତ ବୃଦ୍ଧି କରିଥିଲେ। ଚଳିତବର୍ଷ ଜାନୁଆରି ପହିଲାରୁ ସେମାନଙ୍କୁ ଏହା ପ୍ରଦାନ କରାଯାଇଥିଲା।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button